ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ
ତାଲିକାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିୟଙ୍କା ଗାନ୍ଧୀ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ନରସିଂହ ମିଶ୍ର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସଚିନ ପାଇଲଟ ଓ ଅଳକା ଲମ୍ବା ରହିଛନ୍ତି।
ସେହିପରି କଂଗ୍ରେସ ଏହି ତାଲିକାରେ କହ୍ନେୟା କୁମାର, ମିନାକ୍ଷୀ ନଟରାଜନ, ଗିରିଧର ଗମାଙ୍ଗ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ନିରଂଜନ ପଟ୍ଟନାୟକ, କିଶୋର ପଟେଲଙ୍କୁ ସାମିଲ କରିଛି।

