ରାଜ୍ୟ

ଆଜିଠୁ ସକାଳୁଆ ଅଙ୍ଗନବାଡି

Spread the love

ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ମାର୍ଚ୍ଚ ମାସ ଜାରି ରହିଥିବା ବେଳେ କଲବଲ କଲାଣି ଗ୍ରୀଷ୍ମ ତାତି ।ଏହାରି ଭିତରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ତୀବ୍ର ହେବାରେ ଲାଗିଛି । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ନେଇ ପୂର୍ବାନୁମାନ ମଧ୍ୟ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ଅଙ୍ଗନବାଡିରେ ପାଠ ପଢା ହେବ । ସକାଳ ୭ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ହେବ ପାଠପଢା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଉଭୟ ନିଜସ୍ୱ ଗୃହ ଏବଂ ବିଦ୍ୟାଳୟ ଗୃହରେ ଚାଲୁଥିବା ଅଙ୍ଗନବାଡିଗୁଡିକର ସକାଳୁଆ ପାଠ ପଢାଇବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *