ଓ ଏମ ସି କର୍ମଚାରୀ ସଂଘ ଗନ୍ଧ ମର୍ଦ୍ଧନ
ତା ୨୩.୧୦.୨୦୨୪ ରିଖ ବୁଧ ବାର ସନ୍ଧ୍ୟା ୬ ଘଟିକା ସମୟ ରେ ନୂତନ ଭାବରେ ନିଯୁକ୍ତି ପାଇଥିବା କର୍ମଚାରୀ ଯଥା ମିସ୍ ଚର୍ଚ୍ଚିକା ମହାନ୍ତ ଜୁନିଅର ନର୍ସ , ମିସ୍ ବିମଳା ହେମ୍ବ୍ରମ ଜେଇ ମେକାନିକାଲ , ମିସ୍ ସୁଭସ୍ମିତା ଜେନା ଜେଇ ମେକାନିକାଲ , ଶ୍ରୀମତୀ କପ୍ରା ବାସ୍କେ ଏଲେକ୍ଟ୍ରିସୀୟନ (୩) , ମିସ୍ ଅଙ୍କିତା ଦାସ electrical (୩) , ମିସ୍ ସୋୟମ ପ୍ରଜ୍ଞା ମୁଣ୍ଡା ଜେଇ ସିଭିଲ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ ଉଦ୍ଦେଶ୍ୟ ରଖି ସଂଘ ର କର୍ମଚାରୀ ଭାବରେ ସାଧାରଣ ସଭା ଆୟୋଜନ ହୋଇ ଯାଇ ଅଛି । ଉକ୍ତ ସଭା ରେ ସଂଘ ର ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ଶୁକଦେବ ମହାନ୍ତ ଙ୍କୁ ମୁଖ୍ୟ ଅତିଥି ଭାବରେ ମଞ୍ଚାଷିନ ହୋଇ ନୂତନ କର୍ମଚାରୀ ମାନଙ୍କୁ ଉତ୍ତରୀୟ ସହ ଫୁଲ ତୋଡା ଦେଇ ସ୍ବାଗତ ଜଣାଇ ଥିଲେ । ଏତଦ୍ ବ୍ୟତୀତ ଶ୍ରୀଯୁକ୍ତ ବିଜୟ ସାହୁ ଯିଏ ତା ୩୧.୧୦ ୨୦୨୪ରିଖ ତାଙ୍କ ଚାକିରି ଜୀବନ ରୁ ଅବସର ନେବା ଉପଲକ୍ଷେ ମଧ୍ୟ ତାଙ୍କୁ ଫୁଲ ତୋଡା ଦେଇ ତାଙ୍କ ଆଗାମୀ ଜୀବନ ମହତ୍ ଉଦେଶ୍ୟେ ରେ ରହି ସୁସ୍ଥ ନିରାମୟ ଜୀବନ ର ମା ତାରିଣୀ ଙ୍କ ପାଖରେ ଗୁହାରି ରଖିଲୁ। ଏହି ଅବସର ରେ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଅକ୍ଷୟ ନାୟକ , ଉପ ସଭାପତି ଶ୍ରୀ ରାଜୀବ କୁମାର ହୋତା ତାଙ୍କ ଅଭିଭାଷଣ ରଖି ଥିଲେ । ସଭା କୁ ପରିଚାଳନା କରିଥିଲେ ମିସ୍ ରୟିବାରି ହାଁସଦା ଏବଂ ଧନ୍ୟବାଦ୍ ଜ୍ଞାପନ କରି ଥିଲେ ଉପ ସଭାପତି ରାଜୀବ କୁମାର ହୋତା ସଭା ଭଙ୍ଗା କରି ଥିଲେ । ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ଶୁକଦେବ ମହାନ୍ତ ମହୋଦୟ ତାଙ୍କ ଅଭି ଭାଷଣ ରେ କର୍ମ ହିଁ ଭଗବାନ ବୋଲି ଉପଦେଶ ସହ ସଭା ସାଙ୍ଗ ହୋଇ ଥିଲା ।


