ରାଶିଫଳ

ରାଶିଫଳ

Spread the love

ମେଷ: ଆପଣ ନିଜର ଶକ୍ତିକୁ ହୃଦୟଙ୍ଗମ କରିବେ। ଅଳଙ୍କାର ଡିଜାଇନ କାମ କରୁଥିବା ଲୋକ ସଫଳ ହେବେ। ଆପଣଙ୍କ ପରିଶ୍ରମ ଦେଖି ତଳିଆ କର୍ମଚାରୀ ‌ପ୍ରୋତ୍ସାହିତ ହେବେ।

ବୃଷ: ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଲାଗି ଦିନଟି ଶୁଭ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଆପଣଙ୍କ ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ। ‌

ମିଥୁନ: ନୂଆ କାମ କରିବା ପାଇଁ କାହାରିଠୁ ପରାମର୍ଶ ନେଇ ପାରନ୍ତି। ମନରେ ଧୈର୍ଯ୍ୟ ଓ ବିନମ୍ରତା ବଜାୟ ରଖନ୍ତୁ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ।‌

କର୍କଟ: ଲୋକଙ୍କ ସହିତ କଥାବାର୍ତ୍ତାରୁ ଲାଭ ହୋଇପାରେ। ଅନ୍ୟମାନଙ୍କ ଆବଶ୍ୟକତା ଓ ଭାବନାକୁ ନେଇ ସଂବେଦନଶୀଳ ହେବେ। କାମରେ ମନ ଲାଗିବ।

ସିଂହ: ଶାନ୍ତିରେ କାମ ପୂରା କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀର ଭାବନାକୁ ବୁଝିବାରେ ସଫଳତା ମିଳିପାରେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ମଉଜ ମସ୍ତି କରିବେ।

କନ୍ୟା: ଆପଣଙ୍କ ଲାଗି ଦିନଟି ସନ୍ତୋଷଜନକ ସାବ୍ୟସ୍ତ ହେବ। ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଜନା କରିବେ। ଛାତ୍ରୀ ପାଠ ସମସ୍ୟାକୁ ସହପାଠୀଙ୍କ ସହ ବାଣ୍ଟିବେ।

ତୁଳା: ପରିଚିତ ବ୍ୟକ୍ତି ନିଜ କାମ ପାଇଁ ଆପଣଙ୍କୁ ବ୍ୟସ୍ତ ରଖିବେ। ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ବିଛା: କ୍ୟାରିଅରରେ ଉନ୍ନତି ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କର ପରାମର୍ଶ ନେବେ। ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ଆପଣ କୌଣସି ମହତ୍ତ୍ବପୂର୍ଣ୍ଣ କାମ ପୂରା କରିବେ।

ଧନୁ: ଦିନଟି ଆପଣଙ୍କ ଲାଗି ଆନନ୍ଦମୟ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ବାହାରେ ଖାଇବା ଓ ବୁଲିବାରେ ଶାନ୍ତି ପାଇବେ।

ମକର: ପୂଜାପାଠରେ ସମୟ ବିତିବ। ଆବଶ୍ୟକତା ବେଳେ ଆପଣଙ୍କୁ ସାହାଯ୍ୟ ମିଳିବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀ ସୋସିଆଲ୍ ମିଡିଆରେ ସମୟ ବିତାଇବେ।

କୁମ୍ଭ: ଦିନଟି ବ୍ୟସ୍ତତାରେ ପୂର୍ଣ୍ଣ ରହିବ। ଆପଣ ବଡ଼ କାମ ପୂରା କରିବାର ଦାୟିତ୍ବ ପାଇବେ। କାହାରିକୁ ନିଜ ମନର କଥା କହିବେ। ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ।

ମୀନ: ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ତାଳମେଳ ରହିବ। ପୁଅଙ୍କୁ ସଫଳତା ମିଳିବା ଯୋଗୁଁ ଘରେ ଖୁସିର ବାତାବରଣ ରହିବ। ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ।

Leave a Reply

Your email address will not be published. Required fields are marked *