ରାଜ୍ୟ

ଖାଇରେ ପଡ଼ିଛି ଛୁଆ ହାତୀ

Spread the love

ଖାଇ ଭିତରେ ଛୁଆ ହାତୀ ପଡ଼ି ଯାଇଛି ଆଉ ମା’ ହାତୀ ଛୁଆକୁ ଜଗି ରହିଛି । ହାତୀ ଛୁଆ ଖାଇରୁ ବାହାରିବାକୁ ଅସମର୍ଥ ତେଣୁ ମା’ ହାତୀ ଛୁଆର ପାଖ ଛାଡ଼ି ଯାଉନି ।ମଣିଷ ହେଉ କି ପଶୁ ମା’ର ମମତା ଛୁଆ ପାଇଁ ସବୁବେଳେ ସମାନ । ଛୁଆ ଯେଉଁ ବିପଦରେ ପଡ଼ି ଥାଉ ନା କାହିଁକି ମା’ ସବୁବେଳେ ଛୁଆ ପାଖରେ ରହି ଛୁଆକୁ ସୁରକ୍ଷା ଦିଏ । ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡର ସରୁବାଲି ଗାଁ ଜଙ୍ଗଲ ନିକଟରେ ଥିବା ଏକ ମୁରୁମ ଖାଇରେ ଗତ କାଲି ରାତି ୧୨ ରୁ ପଡି ରହିଛି ଛୁଆ ହାତୀ । ନିକଟରେ ମାଆ ହାତୀ ଏବଂ ଅନ୍ୟ ଗୋଠ ହାତୀ ଥିବାରୁ  ୧୨ ଘଣ୍ଟା ପରେ ବି ରେସ୍କ୍ୟୁ  ଅପରେସନ କରି ପାରୁନି ବନବିଭାଗ ।  ଛୁଆ ହାତୀକୁ ଚିକିତ୍ସା ପାଇଁ ଶିମିଳିପାଳ, କରଞ୍ଜିଆ ଏବଂ କେନ୍ଦୁଝରରୁ ପହଁଚିଛନ୍ତି ଡାକ୍ତର ଟିମ । ମା ହାତୀକୁ ଘଉଡ଼େଇବା ପରେ  ବନ ବିଭାଗ ରେସ୍କୁ ଅପରେସନ କରିବ ବୋଲି ଜଣା ପଡ଼ିଛି ।ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତି ଚାଲିଛି ।

Leave a Reply

Your email address will not be published. Required fields are marked *