ରାଶିଫଳ

ଆଜିର ରାଶିଫଳ

Spread the love

ମେଷ : ମାନସିକ ସ୍ଥିତି ଭଲ ରହିବ । ଆଜିର ଆଲୋଚନା ଓ ନିଷ୍ପତ୍ତି ପ୍ରତ୍ୟେକ ସ୍ତରରେ ଗ୍ରହଣୀୟ ହେବ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ । ବର୍ତ୍ତମାନର ପରିସ୍ଥିତିକୁ ସାମ୍ନା କରିବାକୁ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ ।

ବୃଷ : ଆଜି ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ନିରାମୟ ରହିବ । ଯାନ୍ତ୍ରିକ ଜିନିଷ କିମ୍ବା ସୌଖୀନ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ୍‌ ହେବେ । ବିବାଦୀୟ ଘଟଣାରେ ମୁଣ୍ଡ ନ ପୂରାଇବା ଭଲ ।

ମିଥୁନ : ଦୀର୍ଘଦିନରୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ମନୋଭାବରେ ପରିବର୍ତ୍ତନ ଲକ୍ଷ୍ୟକରି ଆମତ୍ସନ୍ତୋଷ ଲଭିବେ । ନୂତନ ପରିବେଶରେ ଆପଣଙ୍କ କର୍ମପ୍ରବାହ ଆଗକୁ ଗଡ଼ି ଚାଲିବ । ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି ।

କର୍କଟ : ଆଜି ଯେକୌଣସି ଯୋଜନା କରିବେ ତାହା ଫଳପ୍ରଦ ହେବ । ସରକାରୀ ସ୍ତରରୁ ସହାୟତା ଲାଭକରି ଉପକୃତ ହେବେ । ଅବହେଳା କାରଣରୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି ।

ସିଂହ : ଅତୀତ ଘଟଣା ସମୂହକୁ ନେଇ ମନ ଭାରାକ୍ରାନ୍ତ ରହିବ । ପରୋକ୍ଷ ଶତ୍ରୁତା ସାଙ୍ଗକୁ ବନ୍ଧୁଙ୍କ ଅପମାନସୂଚକ ବ୍ୟବହାର ଟେନ୍‌ସନ ବଢ଼ାଇବ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିପାରିଲେ ଉପକୃତ ହେବେ ।

କନ୍ୟା : ଆଜି ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ପାରିବାରିକ କ୍ଷେତ୍ର ମଧ୍ୟ ବିଶେଷ ମନ୍ଦ ହେବନାହିଁ । କୌଣସି ଅଜଣା ବ୍ୟକ୍ତି ଦ୍ୱାରା ପ୍ରଭାବିତହୋଇ କିମ୍ବା ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ବିବାଦୀୟ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିବ ଓ ଶତ୍ରୁ ଉପଦବ୍ର କ୍ରମଶଃ ହ୍ରାସ ପାଇବ ।

ତୁଳା : ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା ବିବାଦ, ବନ୍ଧୁ ସମ୍ପର୍କ ହାନି ଏବଂ କାମର ଚାପରେ ଅତିଷ୍ଠ ହୋଇପାରନ୍ତି । ଘରର ଅତୀତ ଘଟଣା କିମ୍ବା ପିଲାଙ୍କ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଚିନ୍ତାକରିବେ । ନିଜେ ସମସ୍ୟାମୁକ୍ତ ରହିଥିଲେ ହେଁ ଅନ୍ୟମାନଙ୍କ ସକାଶେ ନିଜକୁ ସନ୍ତୁଳିତ ହେବାକୁ ପଡ଼ିପାରେ ।

ବିଛା : ମନୋରଞ୍ଜନ, ବନ୍ଧୁମିଳନ, ଦୂରଯାତ୍ରାରୁ ଦୂରେଇ ରହିବାକୁ ମନସ୍ଥ କରିପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ ଏବଂ ସାମାଜିକ ସ୍ତରରେ ସମ୍ପର୍କ ନିବିଡ଼ ହୋଇପାରିବ । କୌଣସି ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତ ହେବେ ।

ଧନୁ : ଆଜି ପାରିବାରିକ, କର୍ମକ୍ଷେତ୍ର, ବାଣିଜ୍ୟ, ପରିବହନ, ଲୋକସମ୍ପର୍କ ଉନ୍ନତ ଧରଣର ରହିବ । ଈର୍ଷାପରାୟଣ ବନ୍ଧୁ ଅସୁବିଧାରେ ପକାଇପାରନ୍ତି । ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ ।

ମକର : ପୁରୁଣା ବନ୍ଧୁଙ୍କ ସହାୟତାରେ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବା ସମ୍ଭାବନା ରହିଛି । ଶିଳ୍ପ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ।

କୁମ୍ଭ : ଦିନଟି ସରଳ ଭାବରେ ଅତିବାହିତ ହେବ । ସ୍ବାସ୍ଥ୍ୟ ଭଲ ରହିବ ଏବଂ ବନ୍ଧୁମାନଙ୍କ ପ୍ରିୟଭାଜନ ମଧ୍ୟ ହେବେ । କର୍ମକ୍ଷେତ୍ରରେ ଫାଇଲ୍‌ପତ୍ର ସମ୍ବନ୍ଧୀୟ ସହକର୍ମୀଙ୍କ ସହ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ ।

ମୀନ : କର୍ମକ୍ଷେତ୍ରରେ ଭାବିଚିନ୍ତି ସତର୍କତାମୂଳକ ପଦକ୍ଷେପ ନ ନେଲେ ପରେ ପସ୍ତେଇବାକୁ ପଡ଼ିପାରେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି ।

Leave a Reply

Your email address will not be published. Required fields are marked *