କ୍ରୀଡା

ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଐତିହାସିକ ରେକର୍ଡ

Spread the love

ରାଜକୋଟ: ଭାରତୀୟ କ୍ରିକେଟ୍‌ ଟିମ୍‌ର ସ୍ପିନର ରବଚିନ୍ଦ୍ରନ ଅଶ୍ୱିନ ଆଜି ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସ୍‌ ଷ୍ଟାଡିୟମ୍‌ରେ ଐତିହାସିକ ରେକର୍ଡ ହାସଲ କରିଛନ୍ତି। ସେ ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ କ୍ରାଉଲିଙ୍କୁ ଆଉଟ କରି ଅଶ୍ୱିନ ନିଜ ନାଁକୁ ୫୦୦ ୱିକେଟ କ୍ଲବରେ ସାମିଲ କରିଛନ୍ତି।

୫୦୦ ୱିକେଟ କୀର୍ତ୍ତିମାନ ହାସଲ କରିବାକୁ ଅଶ୍ୱିନ ମାତ୍ର ଗୋଟିଏ ୱିକେଟ ପଛରେ ଥିଲେ। ଏହା ପୂର୍ବରୁ ତାଙ୍କ ୱିକେଟ ସଂଖ୍ୟା ୪୯୯ ଥିଲା। ୫୦୦ ୱିକେଟ ଦଖଲ କରିବାର ସ୍ୱପ୍ନ ସେ ଆଜି ପୂରଣ କରିଛନ୍ତି। ପୂର୍ବରୁ ଏହି ରେକର୍ଡ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେଙ୍କ ନାଁରେ ଥିଲା।

Leave a Reply

Your email address will not be published. Required fields are marked *