ଉଦାସ ଆଶ୍ରମ ପକ୍ଷରୁ ନବି ମୁମ୍ବାଇରେ ବ୍ରହ୍ମଏକାକ୍ଷର ମହାଯଜ୍ଞ ପାଳିତ
ମୁମ୍ବାଇ : ପ୍ରଭୁ ଶୁନ୍ୟବାସୀଙ୍କ ସୁକ୍ଷ୍ମ ନିର୍ଦ୍ଦେଶକ୍ରମେ ଉଦାସ ଆଶ୍ରମ ସୋଲର ଛତିଆ ଓ ନବି ମୁମ୍ବାଇ ସେକ୍ଟର-୫ ଠାରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାରାଷ୍ଟ୍ର ଓ ଡିଆ କଲ୍ୟାଣ ସଂଘର ମିଳିତ ସହଯୋଗରେ ତ୍ରି-ଦିବସୀୟ ବିଶ୍ବଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ସମାପିତ ହୋଇଯାଇଛି । ଏହି ବିଶ୍ବଶାନ୍ତି ମହାଯଜ୍ଞରେ କଳସ ଶୋଭାଯାତ୍ରାରୁ ଆରମ୍ଭ ହୋଇ ଶେଷ ଦିନ ପୂର୍ଣ୍ଣାହୁତି ହୋଇଥିଲା । ମହାଯଜ୍ଞରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଭକ୍ତ ଶତାଧିକ ସାଧୁସନ୍ଥ ଓ ଅନେକ ଗୈରିକ ବସ୍ତ୍ରଧାରୀ ଉଦାସପନ୍ଥୀ ଶିଷ୍ୟମାନେ ଯୋଗଦାନ କରିଥିଲେ । ପ୍ରତ୍ୟେହ ସୂର୍ଯ୍ୟ ପୂଜା, ଗୋପୂଜା ଓ ଘୃତ ଆହୁତି ପ୍ରଦାନ, ଅଖଣ୍ଡ ନାମ ସଙ୍କିର୍ତନ, ବୈଦୀକ ମନ୍ତ୍ର ଧ୍ଵନୀ, ଠାକୁରଙ୍କ ଷୋଡସ ଉପଚାର ପୂଜା ଓ ଗୁରୁ ପୂଜାରେ ପ୍ରଭୁ ଶ୍ରୀଜଗନ୍ନାଥ ପରିସର ଉତ୍ସବ ମୁଖର ହୋଇ ଗଗନ ପବନ ମୁଖରିତ କରୁଥିଲା । ଏହି ତିନି ଦିବସ ବ୍ୟାପି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିବସରେ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଘ ତରଫରୁ କରାଯାଇଥିଲା । ପ୍ରତିଦିନ ସନ୍ଧ୍ୟା ସମୟରେ ଉଦାସ ଆଶ୍ରମର ସେବକ ଦିବ୍ୟଲୋଚନ ଦାସ, ବିଶିଷ୍ଟ ସ୍ତମ୍ଭକାର ଅରୁଣ ପଣ୍ଡା, କଲ୍ୟାଣ ସଂଘର ସଭାପତି ଡ. ଭଗବାନ ପଣ୍ଡାଙ୍କ ଦ୍ବାରା ପ୍ରାରମ୍ଭିକ ସୁଚନା ପ୍ରଦାନ କରାଯାଇଥିଲା ।

ଉଦାସ ଆଶ୍ରମର ପିଠାଧୂ ସ୍ଵାମୀ ଯଜ୍ଞେଶ୍ଵରାନନ୍ଦ ମହାରାଜଙ୍କର ଆର୍ଶୀବଚନ, ଶ୍ରୀଜଗନ୍ନାଥ ତତ୍ଵରେ ସହସ୍ରାଧ୍ୟା ଭକ୍ତ ଯୋଗଦେଇ ଆଧ୍ୟାତ୍ମିକ ଚେତନାରେ ନିମଗ୍ନ ହୋଇ ଯାଇଥିଲେ। ମହାରାଷ୍ଟ୍ରର ନଭି ମୁମ୍ବାଇରେ ପ୍ରଥମଥର ପାଇଁ ଏହି ମହାଯଜ୍ଞର ଆୟୋଜନରେ ତଲିନ ହୋଇ ପ୍ରବାସି ଓ ଡିଆ ଓ ଅଣଓ ଡିଆମାନେ ଏହି କାର୍ଯ୍ୟକ୍ରମର ଭୂୟସୀ ପୁଂଶସା କରି ସ୍ଵାମୀଜୀଙ୍କ ଠାରୁ ଆର୍ଶୀବାଦ ନେଇଛନ୍ତି । ସ୍ଵାମୀଜି ତାଙ୍କ ଆର୍ଶୀବଚନରେ ସନାତନ ଧର୍ମ, ଶ୍ରୀଜଗନ୍ନାଥ ତତ୍ତ୍ଵ, ଶ୍ରୀମଦ ଭଗବତ ଗୀତା ତତ୍ତ୍ଵ, ଭାଗବତ ତତ୍ସ, ମାଳିକା, ଗୁରାବାଦ ଉପରେ ଆଲୋକପାତ କରି ଉତ୍କଳର ମହାନ ପରମ୍ପରା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

