ଦକ୍ଷିଣ କୋରିଆ ବନାଗ୍ନି ଅନିୟନ୍ତ୍ରିତ
ଦକ୍ଷିଣ କୋରିଆରେ ଭୟଙ୍କର ବନାଗ୍ନି ବ୍ୟାପିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହା ଦେଶର ଦକ୍ଷିଣାଞ୍ଚଳରେ ଧ୍ୱଂସଲୀଳା ସୃଷ୍ଟି କରିଥିବା ବେଳେ ୨୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୦୦ରୁ ଅଧିକ ନିର୍ମାଣ ନଷ୍ଟ ହେବା ସହ ୨୭,୦୦୦ ଲୋକଙ୍କୁ ସ୍ଥାନାନ୍ତରିତ ହେବାକୁ ପଡ଼ିଛି। ଏହି ୧୮ ମୃତକଙ୍କ ମଧ୍ୟରେ ୪ ଜଣ ଅଗ୍ନିଶମ କର୍ମଚାରୀ ଏବଂ ସରକାରୀ କର୍ମଚାରୀ ଅଛନ୍ତି।ଏହା ଜଙ୍ଗଲ ଓ ଆଖପାଖ ଅଞ୍ଚଳକୁ ବ୍ୟାପିବାରୁ ୧୩୦୦ ବର୍ଷର ପୁରୁଣା ବୌଦ୍ଧ ମନ୍ଦିର, ଘର, କାରଖାନା ଓ ଯାନବାହନ ପୋଡ଼ିଯାଇଛି। ୪୩,୩୩୦ ଏକର ଜମିରେ ଏହି ନିଆଁ ବ୍ୟାପିଥିବା ବେଳେ ଏଥିରେ ୫୦ରୁ ଅଧିକ ଆହତ ହୋଇଛନ୍ତି।ପ୍ରାୟ ୧୩୦ ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ୪,୬୫୦ ଅଗ୍ନିଶମ କର୍ମଚାରୀ, ସୈନିକ ଓ ଅନ୍ୟ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

