ବେଲୁନ ବିସ୍ଫୋରଣରେ ୫ଜଣ ଶିଶୁ ଆହତ
ଗତକାଲି ରାତିରେ ଆକାଶରୁ ଲାଲ ରଙ୍ଗର ଏକ ବେଲୁନ ଖସିପଡିଥିଲା । ବେଲୁନକୁ ଦେଖି ପିଲାମାନେ ଦୌଡ଼ିଯାଇ ଢେଲା ପଥରମାଡ଼ କରି ବେଲୁନକୁ ଫଟାଇ ଦେଇଥିଲେ । ଠିକ୍ ଏହି ସମୟରେ ବେଲୁନଟି ବିସ୍ଫୋରଣ ହୋଇଥିଲା । ଏଥିରେ ୫ଜଣ ଶିଶୁ ଆହତ ହୋଇଛନ୍ତି । ଶିଶୁଙ୍କ ହାତ, ଦେହ ଓ ମୁଁହ ଜଳି ଯାଇଛି l ତେବେ ବେଲୁନ କେଉଁଠୁ ଆସିଲା ଏବଂ କିଏ ଛାଡ଼ିଲା ଜଣାପଡ଼ିନାହିଁ । ପୋଲିସ ବେଲୁନ୍ ସିଜ୍ କରି ତଦନ୍ତ ଆରମ୍ଭ କରିଛି ।

