odisha

ମୃତ୍ୟୁ ବି ଆସିପାରେ ଏମିତି !

Spread the love

ଏମିତି ଆସେ ମୃତ୍ୟୁ; ମେଡିକାଲରେ ଉପରକୁ ଉଠିଗଲା ଲିଫ୍ଟ; ଚାପି ହୋଇଗଲେ ରୋଗୀ

 

ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଦିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମୃତକ ହେଲେ ରାନ୍ଦିଆ ପଞ୍ଚାୟତ ନରସିଂହପୁରର ମୀନତି ପରି

ମୀନତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ।ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫିମେଲ ମେଡିସିନ ୱାର୍ଡକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

ଏଥିପାଇଁ ପରିବାର ଲୋକେ ଲିଫ୍ଟରେ ତାଙ୍କୁ ଫିମେଲ ମେଡିସିନ ୱାର୍ଡକୁ ନେଇଥିଲେ। ହେଲେ ଲିଫ୍ଟଟି ହଠାତ୍ ଉଠି ଯାଇଥିଲା ଓ ଲିଫ୍ଟରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ନାତି ଓ ବୋହୂ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି

Leave a Reply

Your email address will not be published. Required fields are marked *