odisha

ଆଜି ଆସିବ ସୁଭଦ୍ରା ଟଙ୍କା।

Spread the love

ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ମହିଳା ଏହି ପର୍ଯ୍ୟାୟରେ ଟଙ୍କା ପାଇବେ। ଏବେ ଆବେଦନ ବନ୍ଦ ଥିବା ବେଳେ ତୃତୀୟ କିସ୍ତି ପରେ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ।

ଆଜି ମିଳିବ ସୁଭଦ୍ରା ଟଙ୍କା। ଲକ୍ଷେ ୭୦ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବେ ରାଜ୍ୟ ସରକାର। ଏହି ପର୍ଯ୍ୟାୟରେ ହିତାଧିକାରୀ ଏକା ବେଳକେ ପାଇବେ ଦୁଇଟି କିସ୍ତିର ୧୦ହଜାର ଟଙ୍କା। ଜାତୀୟ ପଞ୍ଚାୟତିରାଜ ଦିବସରେ ପୁରୀରେ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦେବାକୁ ଯାଉଛନ୍ତି ରାଜ୍ୟ ସରକାର।

ପୂର୍ବରୁ ୫ଟି ପର୍ଯ୍ୟାୟରେ ୧ କୋଟି ୬୫ହଜାର ୮୭୭ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିଲା। କିନ୍ତୁ ଦ୍ବିତୀୟ କିସ୍ତିରେ ଲକ୍ଷେ ୮୩ ହଜାର ମହିଳା ବାଦ୍ ପଡିଥିଲେ। ଫଳରେ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ୮୨ ହଜାରକୁ ଖସି ଆସିଥିଲା। ଏବେ ପୁଣି ଲକ୍ଷେ ୭୦ ହଜାର ମହିଳାଙ୍କୁ ସାମିଲ କରିବା ଫଳରେ, ହିତାଧିକାରୀଙ୍କ ସଂଖ୍ୟା ପୁଣି କୋଟିଏ ଉପରେ ରହିବ।

Leave a Reply

Your email address will not be published. Required fields are marked *