ଡିଜିପି/ଆଇଜିପି ସମ୍ମିଳନୀ ଉଦ୍ଘାଟନ କଲେ ଅମିତ ଶାହ
ଆରମ୍ଭ ହେଲା ସର୍ବଭାରତୀୟ ଡିଜିପି-ଆଇଜିପି ସମ୍ମିଳନୀ । ଲୋକସେବା ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ୩ ଦିନ ଧରି ଚାଲିବ ଏହି ସମ୍ମିଳନୀ । ସମ୍ମିଳନୀରେ ଆତଙ୍କବାଦର ମୁକାବିଲା , ମାଓବାଦୀଙ୍କ ମୁକାବିଲା , ଉପକୂଳର ସୁରକ୍ଷା, ନୂଆ ଫୌଜଦାରୀ ଆଇନ ଓ ନିଶା କାରବାରର ମୁକାବିଲା ଉପରେ ଆଲୋଚନା ହେବ ।ସେହିପରି ତିନିଦିନିଆ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଢେ ୪ଟାରେ ବିମାନବନ୍ଦର ପାଖରେ ଏକ ସଭାରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ସେଠାରୁ ସିଧାସଳଖ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶରେ ଜନତା ଉପସ୍ଥିତ ରହିବେ । ସଂଧ୍ୟା ୬ଟା୩୦ରେ ରାଜଭବନରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ। ଦଳୀୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ।
