ଦେଶ ବିଦେଶ

ଆରବ ସାଗରରୁ ୫୦୦ କିଲୋ ଡ୍ରଗ୍ସ ଜବତ

Spread the love

ଶ୍ରୀଲଙ୍କା ନୌସେନା ଭାରତୀୟ ନୌସେନାକୁ ସୂଚନା ଦେଇଥିଲା ଯେ ଦୁଇଟି ଡଙ୍ଗା ଶ୍ରୀଲଙ୍କା ପତାକା ସହିତ ଆରବ ସାଗରରେ ଅଛନ୍ତି । ଏଥିରେ ଡ୍ରଗ୍ସ ଥିବା ସୂଚନା ମିଳିଛି । ସୂଚନା ପାଇ ଭାରତୀୟ ନୌସେନା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଏବଂ ଶ୍ରୀଲଙ୍କା ନୌସେନା ସହ ମିଳିତ ଭାବେ ଡ୍ରଗ୍ସ ବିରୋଧୀ ଅପରେସନ୍ ଚଳାଇଥିଲା ।ସମୁଦ୍ରରେ ଦୁଇଟି ଡଙ୍ଗାକୁ ଖୋଜିବା ପାଇଁ ଭାରତୀୟ ନୌସେନାର ଲଙ୍ଗ୍ ରେଞ୍ଜ ସାମୁଦ୍ରିକ ପାଟ୍ରୋଲିଂ ଏୟାରକ୍ରାଫ୍ଟ ଏବଂ ରିମୋଟଲି ପାଇଲେଟେଡ୍ ଏୟାରକ୍ରାଫ୍ଟକୁ ପଠାଯାଇଥିଲା ।ନୌସେନା ଏହି ଡଙ୍ଗା ଦୁଇଟିକୁ ଆରବ ସାଗରରେ ଧରିଥିଲା । ସେମାନଙ୍କ ପାଖରୁ ୫୦୦ କିଲୋ କ୍ରିଷ୍ଟାଲ୍ ମିଥ୍ ମିଳିଥିଲା । ଏହି ଆଣ୍ଟି-ନାର୍କୋଟିକ୍ସ ଅପରେସନରେ ନୌସେନା ଡ୍ରୋନ୍, ହେଲିକପ୍ଟର ଏବଂ ଦୁଇଟି ଜାହାଜକୁ ନିୟୋଜିତ କରିଥିଲା ।

Leave a Reply

Your email address will not be published. Required fields are marked *