ଜଗନ୍ନାଥଙ୍କ ଚିତ୍ର ଥିବା ପାପୋଛ ବିକ୍ରି ଘଟଣା !
ପୁରୀ : କିଛି ଦିନ ତଳେ AliExpress ଅନଲାଇନ ସାଇଡରେ କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ଥିବା ପାପୋଛ ବିକ୍ରି ହେଉଥିଲା । ଏମିତିକି ସେଥିରେ ସପିଂ ଡିଟେଲ୍ସରେ ଲର୍ଡ ଜଗନ୍ନାଥ ବା ଭଗବାନ ଜଗନ୍ନାଥ ମଧ୍ୟ ଉଲ୍ଲେଖ ରହିଥିଲା । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଥିଲା । ଏ ନେଇ ସୋମବାର ପୁରୀ ବଡ଼ଦାଣ୍ଡ ସେବା ସଂଘ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଥିଲା । ତୁରନ୍ତ ଏହି ସାମଗ୍ରୀର ବିକ୍ରି ଏବଂ ବିଜ୍ଞାପନ ବନ୍ଦ କରିବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ସଂଘ । ଅଲି ଏକ୍ସପ୍ରେସ ବିରୋଧରେ ଏଫଆଇଆର ରୁଜୁ ଘଟଣାକୁ ସ୍ୱାଗତ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ହେବା ଅନୁଚିତ । ଏପରି କରୁଥିବା ଲୋକ ଓ ଅନଲାଇନ ପ୍ଲାଟଫର୍ମ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଏହାକୁ ତୁରନ୍ତ ହଟାଇବା ପାଇଁ ଦାବି କରିଥିଲେ।
ପୂର୍ବରୁ ମଧ୍ୟ ବିଦେଶରେ ଅନେକ ଅନଲାଇନ୍ ସପିଂ ସାଇଡରେ ମଧ୍ୟ ଏଭଳି ହୀନ କାର୍ଯ୍ୟ ଦେଖିବାକୁ ମିଳିଛି । ବାଥରୁମ୍ ମ୍ୟାଟ୍, ଟଏଲଟ୍ ସିଟ୍ ଉପରେ ମଧ୍ୟ ହିନ୍ଦୁ ଦେବାଦେବୀଙ୍କ ଚିତ୍ର ଥିବା ମ୍ୟାଟ୍ ବିକ୍ରି ହେଉଥିଲା ।

