ବୁର୍ଲା ଭୀମସାରରେ ସାଂଘାତିକ ଅବ୍ୟବସ୍ଥା ,ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ
ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ସାମ୍ନାକୁ ଆସିଛି ସାଂଘାତିକ ଦୃଶ୍ୟ । ବିନା ସୂଚନାରେ କ୍ୟାନ୍ସର ୱାର୍ଡରେ ଲାଇନ୍ କାଟିଥିଲା ବିଦ୍ୟୁତ ବିଭାଗ । ଲାଇନ୍ କଟିଯିବା ପରେ ୩ ଘଣ୍ଟା ଅନ୍ଧାରରେ ରହିଥିଲେ କ୍ୟାନ୍ସର ରୋଗୀ |ପୂର୍ବରୁ କିଛି ରୋଗୀଙ୍କ କେମୋ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଆଉ କିଛି ରୋଗୀଙ୍କୁ ମୋବାଇଲ ଲାଇଟରେ ଚିକିତ୍ସା କରାଯାଇଥିଲା । ଭୀମସାର କର୍ତ୍ତୃପକ୍ଷ କହିଛନ୍ତି, ବିଦ୍ୟୁତ ବିଭାଗ କୌଣସି ସୂଚନା ନଦେଇ ଲାଇନ କାଟିଥିଲା । ଲାଇନ୍ କଟିବା ପରେ ଜେନେରେଟର ଚାଲିଲାନି ସେନେଇ ତଦନ୍ତ କରାଯିବ ।

