ମେଟାର ନୂଆ ସ୍ମାର୍ଟ ଚଷମା ହେଲା ଲଞ୍ଚ !
Meta CEO ମାର୍କ ଜୁକରବର୍ଗ ଅନେକ ନୂଆ ପ୍ରଡକ୍ଟ ଲଞ୍ଚ କରିଛନ୍ତି । ଏଥିମଧ୍ୟରୁ ଗୋଟିଏ ହେଉଛି Meta Ray-Ban Display । ଏଥିରେ ଏକ ହେଡ୍ସ-ଅପ୍ ଡିସପ୍ଲେ ଅଛି, ଯାହା ୟୁଜର୍ସମାନଙ୍କୁ ଚଷମାରେ ସିଧାସଳଖ ଟେକ୍ସଟ୍, ଭିଡିଓ ଏବଂ ମ୍ୟାପ୍ ଦେଖିବାକୁ ମିଳବ । ଏହି ଲଞ୍ଚ ମେଟା କନେକ୍ଟ 2025 ଇଭେଣ୍ଟ ସମୟରେ ହୋଇଥିଲା ।
Meta କନେକ୍ଟ 2025 ଇଭେଣ୍ଟ କାଲିଫର୍ନିଆର ମେଲାନୋ ପାର୍କରେ ଆରମ୍ଭ ହୋଇଥିଲା, ଯେଉଁଠାରେ ମେଟାର ହେଡକ୍ବାଟର ଅବସ୍ଥିତ । ଏହି ଇଭେଣ୍ଟ ଭାରତୀୟ ସମୟନୁସାରେ ଗୁରୁବାର ସକାଳେ ଆରମ୍ଭ ହୋଇଥିଲା ।
ମେଟା କନେକ୍ଟ 2025 ଲଞ୍ଚ ସହିତ, କମ୍ପାନୀ ଅନେକ ବଡ଼ ଘୋଷଣା କରିଛି । ଏଥିରେ Meta Ray-Ban Display, ନୂଆ ଆଥଲେଟ୍-ଫୋକସ୍ଡ AI ଚଷମା ଏବଂ Ray-Ban Meta (ଜେନ 2) ସାମିଲ୍ । ଏହା ବ୍ୟତିତ, ଏକ ନୂଆ ମନୋରଞ୍ଜନ ହବ୍, କ୍ୱେଷ୍ଟ ହେଡସେଟ୍ ପାଇଁ ହାଇପରସ୍କେପ୍ ଫିଚର୍ସ ଘୋଷଣା କରାଯାଇଛି । ତେବେ ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା ।
ମେଟା ଏହାର ପପୁଲାର Ray-Ban ସ୍ମାର୍ଟ ଚଷମାର ଏକ ଅପଗ୍ରେଡେଡ୍ ଭର୍ସନ ଲଞ୍ଚ କରିଛି । କମ୍ପାନୀ ଏହାର ସହଯୋଗୀ ନ୍ୟୁରାଲ ବ୍ୟାଣ୍ଡ ସହିତ ନୂଆ ମେଟା ରେ-ବାନ ଡିସପ୍ଲେ ଚଷମାକୁ ଉନ୍ମୋଚନ କରିଛି । ଉଭୟର ମୂଲ୍ୟ ପ୍ରାୟ ୭୦,୨୨୯ ଟଙ୍କା ରହିଛି ।
ଏଥିସହ ଜାଣିରଖନ୍ତୁ ଯେ, ମେଟାର ପ୍ରଥମ AI ଚଷମାରେ ଏକ ଫୁଲ୍-କଲର ଡିସପ୍ଲେ, ହାଇ-ରିଜୋଲ୍ୟୁସନ୍ ଇନ୍-ଲେନ୍ସ ଡିସପ୍ଲେ ସହିତ ଆସିଛି । ଏହି ଚଷମା ୟୁଜର୍ସମାନଙ୍କୁ ମେସେଜ୍ ଚେକ୍ କରିବାକୁ ଏବଂ ଫଟୋ ପ୍ରିଭ୍ୟୁ କରିବାକୁ ଅନୁମତି ଦିଏ । ଏଥିସହ ଏଥିରେ ଏକ ବିଲ୍ଟ-ଇନ୍ 12-ମେଗାପିକ୍ସେଲ କ୍ୟାମେରା ମଧ୍ୟ ଅଛି ।
Meta Ray-Ban Display ର ଫିଚର୍ସ :
୧) ମ୍ୟାସେଜ୍ ଦେଖିପାରିବେ
୨) ଭିଡ଼ିଓ ଦେଖିପାରିବେ
୩) ଭିଡ଼ିଓ କଲ ମଧ୍ୟ ଦେଖିପାରିବେ
୪) ମ୍ୟାସେଜ୍ ପଢ଼ିପାରିବେ
୫) ଏଥିସହ ୱାକିଂ ଡାୟରେକ୍ସନ ଦେଖିପାରିବେ
୬) ପିକ୍ସରର ପ୍ରିଭ୍ୟୁ ଚେକ୍ ମଧ୍ୟ କରି କରିପାରିବେ ।
ଏହି ମେଟା ଚଷମାଟି ମେଟା ନ୍ୟୁରାଲ ବ୍ୟାଣ୍ଡ ସହିତ ମିଶି କାମ କରେ, ଯାହାକୁ ରିଷ୍ଟରେ ପିନ୍ଧାଯାଏ । ଏଥିରେ ଇଲେକ୍ଟ୍ରୋମାୟୋଗ୍ରାଫି (EMG) ନାମର ଏକ ଟେକ୍ନୋଲୋଜୀ ବ୍ୟବହାର କରାଯାଇଛି, ଯାହା ଦ୍ବାରା ହାତର ଗତିକୁ ଡିସପ୍ଲେରେ ପ୍ରଦର୍ଶିତ ଫିଚର୍ସଗୁଡ଼ିକୁ କଣ୍ଟ୍ରୋଲ୍ କରାଯାଇଥାଏ ।
ଏଥିସହ ଜାଣିରଖନ୍ତୁ ଯେ, ଆଗାମୀ ଦିନରେ, ମେଟା ରେ-ବାନ୍ ଡିସପ୍ଲେରେ ଏକ ନୂଆ ଅପଡେଟ୍ ଯୋଡାଯିବ, ଯାହା ୟୁଜର୍ସମାନେ କେବଳ ପବନରେ ଆଙ୍ଗୁଠି ହଲାଇ ଟାଇପ୍ କରିପାରିବେ । ମାର୍କ ଜୁକରବର୍ଗ ନିଜେ ଏକ ଲାଇଭ୍ ଇଭେଣ୍ଟ ସମୟରେ ଏହା ଘୋଷଣା କରିଛନ୍ତି ।

