ଟେକ

Airtel ଆଣିଲା ଫେଷ୍ଟିଭାଲ୍ ଅଫର !

Spread the love

Airtel ତାର ୟୁଜର୍ସଙ୍କ ପାଇଁ ଏକ ନୂଆ ଫେଷ୍ଟିଭାଲ୍ ଅଫର୍ ଆଣିଛି, ଯେଉଁଥିରେ ଅନଲିମିଟେଡ୍ କଲିଂ, ଗୁଗୁଲ୍ ୱାନ୍ କ୍ଲାଉଡ୍ ଷ୍ଟୋରେଜ୍, ଓଟିଟି ଆପ୍ସ ସମେତ ଅନେକ ସୁବିଧା ପ୍ରଦାନ କରାଯାଇଛି । ଏୟାରଟେଲର ଫେଷ୍ଟିଭାଲ୍ ଅଫରରେ ୧୦୦GB ପର୍ଯ୍ୟନ୍ତ କ୍ଲାଉଡ୍ ଷ୍ଟୋରେଜ୍, ସୋନିଲାଇଭ୍, ଜୀ5, ଆପଲ୍ ମ୍ୟୁଜିକ୍ ପ୍ରିମିୟମ୍ ସମେତ ଅନେକ ସୁବିଧା ରହିଛି । ଏୟାରଟେଲର ଏହି ଅଫର୍ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ୟୁଜର୍ସଙ୍କ ପାଇଁ ରହିଛି । ଏହା ସହିତ, ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଏକ ନୂଆ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି ।

ଫେଷ୍ଟିଭାଲ୍ ଅଫର୍ ଅଧୀନରେ, ଟେଲିକମ୍ କମ୍ପାନୀ ଏହାର ୟୁଜର୍ସଙ୍କୁ Apple Music Premium ର ଫ୍ରି ସବସ୍କ୍ରିପସନ୍ ପ୍ରଦାନ କରୁଛି । ଏହା ବ୍ୟତୀତ, କ୍ଲାଉଡ୍ ଷ୍ଟୋରେଜ୍ ଏବଂ OTT ସୁବିଧା ମଧ୍ୟ ଏକ୍ସପାଣ୍ଡ କରାଯାଇଛି । ପୋଷ୍ଟପେଡ୍ ୟୂଜର୍ସଙ୍କୁ ୧୦୦GB ଏବଂ ପ୍ରିପେଡ୍ ୟୁଜର୍ସଙ୍କୁ ୩୦GB Google One କ୍ଲାଉଡ୍ ଷ୍ଟୋରେଜ୍ ମିଳିବ । ଏହା ବ୍ୟତୀତ, ୟୁଜର୍ସଙ୍କୁ ଗୋଟିଏ ବର୍ଷ ପାଇଁ Perplexity AI ସୁବିଧା ମଧ୍ୟ ପ୍ରଦାନ କରାଯିବ । କମ୍ପାନୀ ଏହାର ଫେଷ୍ଟିଭାଲ୍ ୟୁଜର୍ସଙ୍କ ପାଇଁ ଦୁଇଟି ନୂଆ ପ୍ରିପେଡ୍ ପ୍ଲାନ୍ ମଧ୍ୟ ଉପସ୍ଥାପନ କରିଛି ।

୩୭୯ ଟଙ୍କାର ପ୍ଲାନ୍ :
ଏହି ଏୟାରଟେଲ୍ ପ୍ରିପେଡ୍ ପ୍ଲାନ୍ ୩୭୯ ଟଙ୍କାରେ ଉପଲବ୍ଧ । ଏହି ପ୍ଲାନ୍ ଅନୁଯାୟୀ ୟୁଜର୍ସମାନେ ୨୮ ଦିନର ଭାଲିଡିଟି ପାଆନ୍ତି । ଏହି ପ୍ଲାନ୍ ଅନଲିମିଟେଡ୍ ଭଏସ୍ କଲିଂ, ପ୍ରତିଦିନ ୧୦୦ଟି ଫ୍ରି SMS ମେସେଜ୍, ୨GB ଡାଟା, ଅନଲିମିଟେଡ୍ ୫G ଡାଟା ଏବଂ ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ପ୍ଲେ ପ୍ରିମିୟମ୍ ର ସବସ୍କ୍ରିପସନ୍ ମଧ୍ୟ ପ୍ରଦାନ କରେ । ଏଥିସହ ଉପଭୋକ୍ତାମାନେ ୨୨ଟି OTT ଆପ୍ ମଧ୍ୟ ପାଇପାରିବେ ।

୪୪୯ ଟଙ୍କାର ପ୍ଲାନ୍ :
କମ୍ପାନୀର ଏହି ନୂଆ ପ୍ଲାନରେ ଦୈନିକ ୪GB ଡାଟା ମିଳିବ । ଏହା ବ୍ୟତୀତ ଏହି ପ୍ଲାନରେ ୟୁଜର୍ସମାନେ Jio Hotstar ର ସବସ୍କ୍ରିପସନ ମଧ୍ୟ ପାଇବେ । ଏହି ପ୍ଲାନର ଭାଳଇଡିଟି ୨୮ ଦିନ ସହିତ ଆସିଥାଏ । ଏହା ଅନଲିମିଟେଡ୍ 5G ଡାଟା, Airtel Xstream Play Premium ଭଳି ସୁବିଧା ମଧ୍ୟ ପ୍ରଦାନ କରେ । ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ଏବଂ ଦୈନିକ ୧୦୦ ଟି ଫ୍ରି SMS ମଧ୍ୟ ଉପଲବ୍ଧ ହେବ ।

ଏୟାରଟେଲ୍ ମଧ୍ୟ ୧୦୦ ଟଙ୍କା ଡାଟା ପ୍ୟାକ୍ ପ୍ରଦାନ କରେ, ଯାହା ମୋଟ ୬GB ଡାଟା ପ୍ରଦାନ କରେ । ଏହି ପ୍ଲାନ ସହିତ ଏକ ଅଫରର ଅଂଶ ଭାବରେ କମ୍ପାନୀ ୧GB ଏକ୍ସଟ୍ରା ଡାଟା ପ୍ରଦାନ କରେ । ଏହି ପ୍ୟାକର ଭାଲିଡିଟି ୩୦ ଦିନ । ଏହା ବ୍ୟତୀତ, ୟୁଜର୍ସମାନେ ଏୟାରଟେଲ୍ Xstream Play ର ସବସ୍କ୍ରିପସନ୍ ମଧ୍ୟ ପାଆନ୍ତି, ଯାହା ୨୨ ଟି OTT ଆପ୍ ପାଇଁ ଆକ୍ସେସ୍ ପ୍ରଦାନ କରେ । ଏହା ସହିତ, ଏସିଆ କପ୍ କ୍ରିକେଟ୍ ପାସ୍ ଉପସ୍ଥାପନ କରାଯାଇଛି । ୩୪୯ ଟଙ୍କା ପ୍ଲାନ ସହିତ ୟୁଜର୍ସମାନେ ମଧ୍ୟ ଏହାର ଲାଭ ପାଇବେ ।

Leave a Reply

Your email address will not be published. Required fields are marked *