ଟେକ

BSNL ଲଞ୍ଚ କରିଛି ୩୦ ଦିନିଆ ସୁପର ପ୍ଲାନ୍ !

Spread the love

ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ତାର ୟୁଜର୍ସମାନଙ୍କ ପାଇଁ ବଡ଼ ଡିସକାଉଣ୍ଟ ଅଫର ଆଣିଛି । ଯାହା ଦ୍ଵାରା ଆପଣ ରିଚାର୍ଜ ଉପରେ ଟଙ୍କା ସଞ୍ଚୟ କରିପାରିବେ । କମ୍ପାନୀ ୨% ଡିସକାଉଣ୍ଟ ସହିତ ତିନୋଟି ପପୁଲାର ରିଚାର୍ଜ ପ୍ଲାନ୍ ପ୍ରଦାନ କରିଛି । ଏହି ଅଫରରେ ଡିସକାଉଣ୍ଟ ସମେତ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି । ଯଦି ଆପଣ ଆପଣଙ୍କର ମୋବାଇଲ୍ ଖର୍ଚ୍ଚ କମ କରିବାକୁ ଚାହୁଁଛନ୍ତି, ତେବେ ଏହି ରିଚାର୍ଜ ଆପଣଙ୍କ ପାଇଁ । ତେବେ ଆସନ୍ତୁ ଏହି ପ୍ଲାନଗୁଡ଼ିକ ବିଷୟରେ ଏବଂ ଆପଣ କେତେ ସଞ୍ଚୟ କରିପାରିବେ ସେ ବିଷୟରେ ଜାଣିବା ।

BSNL ର ତିନୋଟି ପ୍ରିପେଡ୍ ପ୍ଲାନ୍ ଅଛି ଯାହା ରିଚାର୍ଜ କରିବା ସମୟରେ ୨% ଇନଷ୍ଟାଣ୍ଟ ଡିସକାଉଣ୍ଟ ପ୍ରଦାନ କରେ । ଏହି ପ୍ଲାନ୍ ଗୁଡ଼ିକର ମୂଲ୍ୟ ୧୯୯ ଟଙ୍କା, ୪୮୫ ଟଙ୍କା ଏବଂ ୧୯୯୯ ଟଙ୍କା ରହିଛି । ଏହି ରିଚାର୍ଜ ଅଫର୍ ସେପ୍ଟେମ୍ବର ୧୫ ତାରିଖରୁ ଚାଲୁଛି ଏବଂ ୧୫ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଭାଲିଡ୍ ଅଛି । ଗୋଟିଏ କଥା ମନେ ରଖିବାକୁ ହେବ ଯେ, BSNL ସିମ୍ ୟୁଜର୍ସମାନେ କେବଳ BSNL ର ଅଫିସିଆଲ୍ ୱେବସାଇଟ୍ କିମ୍ବା କମ୍ପାନୀର ଅଫିସିଆଲ୍ ମୋବାଇଲ୍ ଆପ୍ ମାଧ୍ୟମରେ ରିଚାର୍ଜ କଲେ ଡିସକାଉଣ୍ଟ ପାଇପାରିବେ ।

୩୦ ଦିନିଆ ସୁପର ପ୍ଲାନ୍ :
BSNL ତାର ୟୁଜର୍ସମାନଙ୍କ ପାଇଁ ଏକ ସୁଲଭ ଏବଂ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଆଣିଛି । ଯାହା ମାତ୍ର ୨୯୯ ଟଙ୍କାରୁ କମ୍ ମୂଲ୍ୟରେ ଅଧିକ ସୁବିଧା ଚାହୁଁଥିବା ୟୁଜର୍ସଙ୍କ ପାଇଁ ଏକ ଭଲ ଅପ୍ସନ ହୋଇପାରିବ । ବର୍ତ୍ତମାନ୍ ଜାଣିବା ଏହି ପ୍ଲାନରେ କ’ଣ ରହିଛି ଖାସ୍ ?

ଏହି ପ୍ଲାନରେ ଭାଲିଡିଟି ରହୁଛି ୩୦ ଦିନ । କୌଣସି ଲିମିଟ୍ ବିନା ଯେକୌଣସି ନେଟୱାର୍କକୁ ଅନଲିମିଟେଡ୍ କଲିଂ କରିପାରିବେ । ଏଥିସହ ପ୍ରତିଦିନ ୩GB ହାଇ-ସ୍ପିଡ୍ ଡାଟା, ଯାହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ମାସ ପାଇଁ ମୋଟ ୯୦GB ପର୍ଯ୍ୟନ୍ତ ଡାଟା ରହିବ । ପ୍ରତିଦିନ ୧୦୦ ଟି ଫ୍ରି SMS ମଧ୍ୟ ରହିଛି ।

ଏହାର ଅର୍ଥ ହେଉଛି ମାତ୍ର ୨୯୯ ଟଙ୍କାରେ, ଆପଣ ସମ୍ପୂର୍ଣ୍ଣ ମାସ ପାଇଁ ଅନଲିମିଟେଡ୍ କଲିଂ, ଇଣ୍ଟରନେଟ୍ ଏବଂ ମେସେଜିଂର ମଜା ନେଇପାରିବେ । ଏଥିସହ ଯଦି ଆପଣ BSNL ୟୁଜର୍ସ ହୋଇଥାନ୍ତି, ତେବେ ଏହାର ଲାଭ ନିଶ୍ଚିତ ଭାବରେ ଉଠାଇପାରିବେ ।

Leave a Reply

Your email address will not be published. Required fields are marked *