ଭୁଲ୍ ତଥ୍ୟ ଦେଇ ଅଡୁଆରେ ଢେଙ୍କାନାଳ ସ୍ବାସ୍ଥ୍ୟ ବିଭାଗ
BSKY କାର୍ଡ ମାଧ୍ୟମରେ ସ୍ତ୍ରୀ ଉପକୃତ ହୋଇଥିଲାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୋଷ୍ଟରରେ ସ୍ତ୍ରୀ, ସ୍ବାମୀ ଉଭୟ ଉପକୃତ ହୋଇଥିବା ଉଲ୍ଲେଖ ରହିଛି । କଙ୍କଡ଼ାହାଡ଼ ବ୍ଲକ ଝାଞ୍ଜିର ବେରଣା ଗାଁର ସୁଲୋଚନା ନାୟକ ଢେଙ୍କାନାଳ ସହର ସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । BSKY କାର୍ଡ ମାଧ୍ୟମରେ ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା । ଏହାର ଠିକ୍ ୫ ଦିନ ତଳେ ୫ଟି ସଚିବ ଢେଙ୍କାନାଳ ମେଡିକାଲ ଗସ୍ତରେ ଆସିଥିଲାବେଳେ ମେଡିକାଲରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପୋଷ୍ଟର ଲଗାଯାଇଥିଲା । ଏହି ପୋଷ୍ଟରରେ ସୁଲୋଚନାଙ୍କ ଫଟୋ ଲଗାଯାଇଥିବାବେଳେ ତାଙ୍କ ସ୍ଵାମୀ ଅଙ୍କୁର ସିଂହ ହାରନିଆ ଅପରେସନରେ BSKY କାର୍ଡ ମାଧ୍ୟମରେ ଉପକୃତ ହୋଇଥିବା ଉଲ୍ଲେଖ ରହିଛି । ସୁଲୋଚନାଙ୍କ ସ୍ବାମୀ ଅଙ୍କୁର ସିଂ BSKY କାର୍ଡରେ କୌଣସି ଚିକିତ୍ସା କରାଇନଥିବାବେଳେ ତାଙ୍କ ନାଁ ପୋଷ୍ଟରରେ କେମିତି ରହିଲା ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
