ଆଞ୍ଚଳିକ

ଆଜି ପବିତ୍ର ଅଶୋକାଷ୍ଟମୀ ; ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

Spread the love

ଭୁବନେଶ୍ଵର: ଆଜି ପବିତ୍ର ଅଶୋକାଷ୍ଟମୀ। ଅପରାହ୍ନ ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜଙ୍କର ଗଡିବ ରୁକୁଣା ରଥ। ଆସନ୍ତା ୨୦ ତାରିଖରେ ବାହୁଡା ଯାତ୍ରା , ଠାକୁରଙ୍କ ପହଣ୍ଡି ଓ ରଥାରୂଢ ଅପରାହ୍ନ ୧୨ଟା ୩୦ରୁ ଆରମ୍ଭ ହେବ । ବିଶ୍ଵାସ ରହିଛି ବାବା ଲିଙ୍ଗରାଜ ପ୍ରତିମାଙ୍କୁ ରଥାରୂଢ ଅବସ୍ଥାରେ ଦର୍ଶନ କଲେ ସମସ୍ତ ପାପ ନାଶ ହୋଇଥାଏ। ରୁକୁଣା ରଥ ଯାତ୍ରାର ପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମନ୍ବୟ ବୈଠକ ଅନୁ​‌ଷ୍ଠିତ ହୋଇଛି। ପୂର୍ବ ବର୍ଷ ମାନଙ୍କ ପରି ଚଳିତବର୍ଷ ରଥଯାତ୍ରା ଓ ବାହୁଡା ଯାତ୍ରା ପାରମ୍ପରିକ ଭାବେ ଶାନ୍ତି ଶୃଙ୍ଖଳା ସହକାରେ କିଭଳି ପାଳନ କରାଯିବ , ସେ ନେଇ ବୈଠକରେ ଆଲୋଚନା ହୋଇଛି। ସେପଟେ ରୁକୁଣା ରଥଯାତ୍ରା ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ମିରିଚି କୁଣ୍ଡ ପାଣି ନିଲାମ ହୋଇଛି। ପ୍ରଥମ କଳସ ପାଣି ଆଗ ୨୧ ହଜାର ଟଙ୍କାରେ ନିଲାମ ଧରିଥିଲେ । ଶେଷରେ ୨୪ ହଜାର ଟଙ୍କାରେ ସ୍ଥିର ହେବା ପରେ ଏହାକୁ ନିଲାମ କରାଯାଇଥିଲା। ଜଗସିଂହପୁର କୃଷ୍ଣଦାସପୁର ଅଞ୍ଚଳର ମନମୋହନ ବାରିକଙ୍କ ପତ୍ନୀ ସୋନାଲି ନିଲାମ ଭରିଥିଲେ। ତାପରେ ଗୋଟିଏ ପରେ ଗୋଟିଏ କଳସ ପାଣି ବଡୁ ନିଯୋଗ ପକ୍ଷରୁ ନିଲାମ କରାଯାଇଥିଲା। ମରିଚୀ କୁଣ୍ଡ ଜଳରେ ଗାଧୋଇଲେ ମାନସିକଧାରୀଙ୍କ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି। ମରୀଚ କୁଣ୍ଡ ଜଳରେ ଆଜି ରଥ ପ୍ରତିଷ୍ଠା ହେବ । ପରେ ବାବା ଲିଙ୍ଗରାଜଙ୍କୁ ରଥାରୂଢ କରାଯାି ଅପରାହ୍ନରେ ରଥଟଣା ଯିବ।

Leave a Reply

Your email address will not be published. Required fields are marked *