ଗିନିଜ ବୁକରେ ସ୍ଥାନ ପାଇଛନ୍ତି ଏହି ପାକିସ୍ତାନୀ ପରିବାର
ପରିବାରର ୯ ଜଣ ଲୋକଙ୍କର ଜନ୍ମ ଗୋଟିଏ ଦିନରେ. ଏକଥା ଶୁଣିବା ପରେ ଏକଦମ ଆଶ୍ଚର୍ଯ୍ୟ ଏବଂ ଅସମ୍ଭବ ଲାଗୁଛି. ହେଲେ ଏପରି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି. ପାକିସ୍ତାନର ଲରକାନାରେ ଥିବା ମାଙ୍ଗି ପରିବାରର ସମସ୍ତ ସଦସ୍ୟଙ୍କ ଜନ୍ମଦିନ ଅଗଷ୍ଟ ୧ ରେ. ଯେଉଁଥିପାଇଁ ସେମାନେ ଗିନିଜ ୱାଲ୍ଡ ରେକ୍ର୍ଡରେ ସ୍ଥାନ ପାଇଛନ୍ତି. ଏହି ପରିବାରରେ ଥିବା ୯ ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ବାପା, ମାଆ ଏବଂ ଆଉ ୭ ଜଣ ପିଲା ଅଛନ୍ତି. ଏହି ପିଲାମାନେ ୧୯ ରୁ ୩୦ ବର୍ଷ ମଧ୍ୟରେ ଅଟନ୍ତି. ତେବେ ଏହି ଦିନ ତାଙ୍କ ବାପା ମାଙ୍କ ପାଇଁ ଆହୁରି ଅଧିକ ସ୍ବତନ୍ତ୍ର. କାରଣ ଏହି ଦିନ ତାଙ୍କ ବିବାହ ମଧ୍ୟ ହୋଇଥିଲା. ୧୯୯୧ ମସିହା ଅଗଷ୍ଟ ୧ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା. ଏବଂ ଏହାର ଗୋଟେବର୍ଷ ପରେ ତାଙ୍କର ଗୋଟେ ଝିଅ ଏହି ଦିନ ଜନ୍ମ ହୋଇଥିଲା. ଏହାକୁ ନେଇ ଏହି ପରିବାରର ମୁଖ୍ୟ ତଥା, ପିଲାମାନଙ୍କ ବାପା ଅମିର କହିଛନ୍ତି, ଯେତେବେଳେ ତାଙ୍କର ପ୍ରଥମ ସନ୍ତାନ ସେହି ଏକା ଦିନରେ ଜନ୍ମ ହୋଇଥିଲା, ସେତେବେଳେ ସେ ଏହାକୁ ନେଇ ବେଶ ଆଶ୍ଚର୍ଯ୍ୟ ହୋଇଥିଲେ. ଏବଂ ପରେ ଯେତେ ଛୁଆ ଜନ୍ମ ହୋଇଥିଲେ, ସମସ୍ତଙ୍କ ଜନ୍ମ ଏହି ଅଗଷ୍ଟ ୧ରେ ହିଁ ହୋଇଥିଲା. ଯାହାକୁ ସେ ଇଶ୍ବରଙ୍କ ଉପହାର ଭାବନ୍ତି ବୋଲି କହିଛନ୍ତି. ଏବଂ ପ୍ରତ୍ୟେକ ଛୁଆ ନର୍ମାଲ ହିଁ ଜନ୍ମ ହୋଇଛନ୍ତି ବୋଲି ସେ ଏବଂ ତାଙ୍କ ସ୍ତ୍ରୀ କହିଛନ୍ତି. ସେମାନେ ତାଙ୍କ ଜନ୍ମଦିନକୁ ପ୍ରଥମେ ବେଶ ସରଳ ଭାବେ ପାଳନ କରୁଥିଲେ. ଏବେ ଖୁବ ଧୁମଧାମରେ ପାଳନ କରୁଥିବା କହିଛନ୍ତି ଏହି ପରିବାର. ଅଗଷ୍ଟ ୧ ରେ ସେମାନେ ଗୋଟିଏ କେକ ଆଣି ପୁରା ପରିବାର ଖୁସିର ସହ ଜନ୍ମଜିନ ପାଳନ କରିଥାନ୍ତି. ଏହା ପୂର୍ବରୁ ଆମେରିକାର ଏକ କ୍ୟୁମିନ୍ସ ଫ୍ୟାମିଲିଙ୍କ ୫ଜଣ ପିଲା ଫେବୃଆରୀ ୨୦ରେ ଜନ୍ମ ହୋଇ ବିଶ୍ବ ରେକର୍ଡ କରିଥିଲେ.
