ଦେଶ ବିଦେଶ

ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଲା ଚନ୍ଦ୍ରଯାନ-୩

Spread the love

ଆଜି ଗର୍ବ ଆଉ ଗୌରବ ଦିନ । ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଲା ଚନ୍ଦ୍ରୟାନ-୩। ଦିନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରୟାନ-୩ ମିଶନ। ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ ହେଲା ବିଶାଳକାୟ LVM3-M4 । ୪୩.୫ ମିଟର ଉଚ୍ଚ ଓ ୬୪୨ ଟନ୍ ଓଜନ ବିଶିଷ୍ଟ ଭାରତର ସର୍ବବୃହତ୍ ଲଞ୍ଚ ଭେହିକିଲ୍ ମାର୍କ-ଥ୍ରୀର ଏହା ହେବ ଚତୁର୍ଥ ମିଶନ୍। ଭାରତର ତୃତୀୟ ମୁନ୍‌ ମିଶନ ହେଉଛି ଚନ୍ଦ୍ରଯାନ-୩। ଚନ୍ଦ୍ରଯାନ-୩କୁ LVM3-M4 ରକେଟ୍‌ ରେ ଲଞ୍ଚ୍‌ କରାଯାଇଛି। ପୂର୍ବରୁ ଏହାକୁ GSLV MK-III ନାମରେ ଜଣାଯାଥିଲା। ଏଲଭିଏମ୍-୩ ହେଉଛି ଏକ ହେଭି ଲିଫ୍ଟ ଲଞ୍ଚ ଭେହିକିଲ ଯାହା ମହାକାଶକୁ ଏକ ପେଲୋଡ୍ ପଠାଇବାର କ୍ଷମତା ପାଇଁ ପ୍ରସିଦ୍ଧ।– ଏହା ଇସ୍ରୋ ଦ୍ୱାରା ବିକଶିତ ସବୁଠାରୁ ଶକ୍ତିଶାଳୀ ରକେଟ୍। ଚନ୍ଦ୍ରରେ ପହଞ୍ଚିବା ପାଇଁ ଚନ୍ଦ୍ରଯାନ ୩ କୁ ଏକ ମାସରୁ ଅଧିକ ସମୟ ଲାଗିବ । ୨୩ କିମ୍ବା ୨୪ ଅଗଷ୍ଟରେ ଏହା ଚନ୍ଦର ଦକ୍ଷିଣ ମେରୁରେ ଅବତରଣ କରିସାରିଥିବ ବୋଲି ଲକ୍ଷ୍ୟ ରହିଛି। ଯଦି ଏଥର ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ ।

Leave a Reply

Your email address will not be published. Required fields are marked *