ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ବସ୍ତି, ପୁଣି ଫେରିବ ୧୦ ଟଙ୍କିଆ ରିଚାର୍ଜ ଭାଉଚର
ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଇ । ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍। ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ। ଭଏସ୍ କଲ୍ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ମୋବାଇଲ୍ ସେବା ପ୍ରଦାନକାରୀ କଂପାନୀଙ୍କୁ ଟ୍ରାଇର ନିର୍ଦ୍ଦେଶ । ଟ୍ରାଇ ପକ୍ଷରୁ ଗତକାଲି ଏହି ନୂତନ ନିୟମ ଘୋଷଣା କରାଯାଇଛି । ନିୟମ ଅନୁସାରେ ଉପଭୋକ୍ତାଙ୍କ ସୁବିଧାକୁ ଆଖିରେ ରଖି ଏସଏମଏସ ଏବଂ ଭଏସ୍ କଲ ସମ୍ବନ୍ଧୀୟ ଭାଉଚରକୁ ୯୦ ଦିନରୁ ୩୬୫ ଦିନ ଯାଏ ବୃଦ୍ଧି କରିଛନ୍ତି ଟ୍ରାଇ। ଅର୍ଥାତ୍ ଏଣିକି ମୋବାଇଲ୍ରେ ଅର୍ଥ ଥାଇ ମଧ୍ୟ ୯୦ ଦିନରେ ତାହା ବାତିଲ ହେବ ନାହିଁ। ଥରେ ରିଚାର୍ଜ କଲେ ବର୍ଷେ ଯାଏ ସେହି ଅର୍ଥରେ ଭଏସ୍ କଲ୍ ବା ଏସଏମଏସ ପଠାଇହେବ।

