‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ଦେଲେ ବଲିଉଡ କୁଇନ କଙ୍ଗନା ରାଣାୱତ
ଫିଲ୍ମ ଏମରଜେନ୍ସି ଦେଖିବାକୁ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ । ଏନେଇ ଏକ ସାକ୍ଷାତାକାରରେ ସୂଚନା ଦେଇଛନ୍ତି କଙ୍ଗନା। ସତ୍ୟ କାହାଣୀ ଉପରେ ଆଧାରିତ ଏମରଜେନ୍ସିରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ତେବେ କାହାଣୀ, ଚରିତ୍ର ଓ ଲୁକ ରିଲିଜ ପୂର୍ବରୁ ହିଁ ଖୁବ ଚର୍ଚ୍ଚାରେ ରହିଛି । ଜାନୁଆରି ୧୭ରେ ରିଲିଜ ହେବ ଏମରଜେନ୍ସି ।ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଜୀବନୀ ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଏମରଜେନ୍ସି ’ । ଇନ୍ଦିରା ଗାନ୍ଧୀଙ୍କ ଭୂମିକାକୁ ଅତି ନିଖୁଣ ଭାବରେ ମଣ୍ଡି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଭାଇଛନ୍ତି।

