ଓଡିଶୀ ନୃତ୍ୟ ବଞ୍ଚିଛି ଓ ବଞ୍ଚିଥିବ
ଓଡିଶୀ ଭାରତରେ ପ୍ରଚଳିତ ଓ ଓଡିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ | ପ୍ରଥମ ଖ୍ରୀଷ୍ଟ ପୂର୍ବ କାଳରେ ଆଧୁନିକ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଓ ଉଦୟଗିରି ଠାରେ ଓଡିଶୀ ଏକ ନୂତନ ନୃତ୍ୟ କଳାରେ ପରିଣତ ହୋଇସାରିଥିଲା | ଭାରତ ସ୍ୱାଧୀନ ହେବ ପରେ ଏକ ନୃତ୍ୟ ପରମ୍ପରା ର ପୂର୍ଣ୍ଣଉଦ୍ଧ|ର କରାଯାଇ ଓଡିଶୀ ନାମ ରେ ନାମକରଣ କରାଗଲା ଓ 1964 ମସିହା ରେ ଓଡିଶୀ ଶାସ୍ତ୍ରିୟ ନୃତ୍ୟ ର ମାନ୍ୟତା ପାଇଲା |ଓଡ଼ିଶୀ ଭାରତର 8 ଟି ଶାସ୍ତ୍ରୀୟ ନୃତ୍ୟ ଭିତରୁ ଏକ |
ପୁରାତନ ତତ୍ୱ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟ କଲା ଭିତରୁ ଗୋଟିଏ | ଓଡିଶୀ ନୃତ୍ୟ ବଞ୍ଚିଛି ଓ ବଞ୍ଚିଥିବ | ଓଡିଶୀ ନୃତ୍ୟ ହେଉଛି ଓଡ଼ିଆ ଜାତିର ସମ୍ମାନ | ତେଣୁ ଯେଉଁମାନେ ଓଡିଶୀ ନୃତ୍ୟ କୁ ବଞ୍ଚାଇ ରଖି ବିଶ୍ୱ ଦରବାରରେ ଓଡ଼ିଆ ଜାତିର ଟେକ ରଖି ଆସୁଛନ୍ତି ସେମାନଙ୍କୁ ଆମର ନମସ୍ୟ |ଏଥିରେ ଓଡ଼ିଆ ଜାତିର ସମ୍ମାନ ସହିତ ଓଡ଼ିଆ ଜାତିର ପ୍ରାଣ ସଂଚରିତ ହେଉଛି |ଏହାର ତ୍ରିଭଙ୍ଗୀ ଠାଣୀ ହେତୁ ଏହା କୁ ବାକି ଭାରତୀୟ ନୃତ୍ୟ ପରମ୍ପରା ଠାରୁ ଭିନ୍ନ ବୋଲି କୁହାଯାଏ |

