ଦେଶ ବିଦେଶ

ଯୁବକ ଚଷମାରେ ଲଗାଇଥିଲେ ଗୁପ୍ତ କ୍ୟାମେରା, ଧରିଲା ପୋଲିସ

Spread the love

ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ଏକ ବଡ଼ ଖବର ଆସିଛି । ଏଠାରେ ରାମ ଜନ୍ମଭୂମି ପରିସରରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଯୁବକ ଜଣକ ନିଜେ ପିନ୍ଧିଥିବା ଚଷମାରେ ଗୁପ୍ତ କ୍ୟାମେରା ଲଗାଇଥିଲେ, ଯାହା ମାଧ୍ୟମରେ ସେ ରାମ ମନ୍ଦିର ପରିସରରେ ବୁଲି ଫଟୋ କ୍ଲିକ୍ କରୁଥିଲେ ।ଘଟଣାସ୍ଥଳରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ସନ୍ଦେହ ହେବାରୁ ସେ ଚଷମାର ଯାଞ୍ଚ କରିଥିଲେ । ଯାଞ୍ଚରେ ଚଷମା ଭିତରୁ ଏକ ଗୁପ୍ତ କ୍ୟାମେରା ମିଳିଥିଲା । ଗିରଫ ଯୁବକଙ୍କୁ ପୋଲିସ ପଚରାଉଚରା କରୁଛି । ଗୁଇନ୍ଦା ଏଜେଣ୍ଟମାନେ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଗତକାଲି ସନ୍ଧ୍ୟାର ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *