ରାଜ୍ୟ

ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

Spread the love

ଅଙ୍ଗନବାଡି କର୍ମୀଙ୍କ ପାଇଁ ଖୁସି ଖବର। ଦ୍ବନ୍ଦରେ ରହି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର  ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାରେ  ଯେଉଁ ଅଙ୍ଗନବାଡି କର୍ମୀ ମାନେ ସାମିଲ ହୋଇ ପାରି ନାହାନ୍ତି ସେମାନଙ୍କ ଦ୍ବନ୍ଦ ଦୂର କରାଯାଇଛି।  ତୃତୀୟ ପର୍ଯ୍ୟାୟରେ ବାଦ ପଡ଼ିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଟଙ୍କା ମିଳିବ  ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

ଖୁଵ ଶୀଘ୍ର ସୁଭଦ୍ରା ଯୋଜନାର  ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ  ଟଙ୍କା ଦିଆଯିବା ନେଇ ଘୋଷଣା ହେବ ।ଏଥିସହ ୨ ଲକ୍ଷ ୬୭ ହଜାର ଖାରଜ ହୋଇଥିବା ଆବେଦନ ଆଉ ଠାରେ ଯାଞ୍ଚ ହେବ ।  ଯେପରି  କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡିବେନି ସେଥବପାଇଁ  ବାରମ୍ବାର ଯାଞ୍ଚ ହେବ ।  ରୂପରେଖ ଫାଇନାଲ ହେବ। ଆସନ୍ତା   ୧  ତାରିଖ ଦିନ ନୋଡାଲ ଏଜେନ୍ସି ନିଯୁକ୍ତ  ହେବେ।  ସୁଭଦ୍ରା ଯୋଜନାରୁ  କେହି ବି ବଂଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତୀ କହିଛନ୍ତି।

Leave a Reply

Your email address will not be published. Required fields are marked *