ଜାତୀୟ

ପ୍ରଥମ ମାନବଯୁକ୍ତ ଗଭୀରସମୁଦ୍ର ମିଶନ

Spread the love

ପ୍ରଥମ ମାନବଯୁକ୍ତ ଗଭୀରସମୁଦ୍ର ମିଶନ । ଏହା ଜରିଆରେ ଇତିହାସ ସୃଷ୍ଟି କରିବ ଭାରତ । ଏହା ଅନ୍ତର୍ଗତ ମହାସାଗରର ୬ ହଜାର ମିଟର ଗଭୀରକୁ ୩ ଜଣ ଅନୁସନ୍ଧାନକାରୀ ଯାତ୍ରା କରିବେ । ଭାରତର ଏହି ଗଭୀର-ସମୁଦ୍ର ମିଶନ ଦାୟିତ୍ୱରେ ଅଛନ୍ତି ବୈଜ୍ଞାନିକ ଏସ୍‌ ରମେଶ ।  ମତ୍ସ୍ୟ-୬୦୦୦ ବୁଡ଼ାଜାହାଜ ମହାସାଗର ତଳକୁ ଯିବା ସହିତ ମିଶନ ପୂରଣ କରି ଫେରିବା ପର୍ଯ୍ୟନ୍ତ ୧୨ ଘଣ୍ଟା ରହିବା ପାଇଁ ସମୁଦ୍ରଯାନ ମିଶନକୁ ଡିଜାଇନ୍‌ କରାଯାଇଛି । ଏହି ୧୨ ଘଣ୍ଟାର ଅବଧିକୁ ଯାନର ସହନଶକ୍ତି ବୋଲି କୁହାଯାଏ ।

ଇତିମଧ୍ୟରେ ମହାସାଗର ତଳେ ଅନୁସନ୍ଧାନକାରୀଙ୍କୁ ସେମାନଙ୍କ ଅନୁସନ୍ଧାନ ଓ ଗବେଷଣା କାର୍ଯ୍ୟ ପରିଚାଳନା କରିବାରେ ଏହା ସାହାଯ୍ୟ କରିବ । ଆପାତକାଳ ସ୍ଥିତିରେ, ମତ୍ସ୍ୟ-୬୦୦୦ ଅନୁସନ୍ଧାନକାରୀଙ୍କୁ ଅତିରିକ୍ତ ୯୬ ଘଣ୍ଟା ପାଣି ତଳେ ରଖିପାରିବ । ଏଥିସହିତ ସମୁଦ୍ରଯାନର ମୋଟ୍‌ ଅବଧି ସାମର୍ଥ୍ୟ ୧୦୮ ଘଣ୍ଟାକୁ ବୃଦ୍ଧି ପାଉଛି । ଏଥିରେ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌, ବ୍ୟାଟେରୀ, ଯୋଗାଯୋଗ ସରଞ୍ଜାମ, ଖାଦ୍ୟ, ବର୍ଜ୍ୟ ପରିଚାଳନା, ଅମ୍ଳଜାନ ପ୍ରାବଧାନ ଓ ସିଓ୨ ସ୍କ୍ରବର୍ସ ରହିବ । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌ (ଡିଆର୍‌ଡିଓ) ଦ୍ୱାରା ମିଶନ ପାଇଁ ଖାଦ୍ୟ ପ୍ରସ୍ତୁତ ହେବ ।ଏହି ମିଶନ ଜରିଆରେ ଗଭୀର-ସମୁଦ୍ର ଅନୁସନ୍ଧାନକାରୀ ଦେଶଙ୍କ ମଧ୍ୟରେ ସାମିଲ ହେବ ଭାରତ ।

Leave a Reply

Your email address will not be published. Required fields are marked *