ଜାତୀୟ

ବଢିଲା ଚିନ୍ତା ! ପରମାଣୁ ବମ୍ ପ୍ରସ୍ତୁତ କରୁଛି ଉତ୍ତର କୋରିଆ

Spread the love

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ । ଦେଶବାସୀଙ୍କ ପାଇଁ ସେ କଠୋର ଶାସକ । କେତେବେଳେ ମୃତ୍ୟୁଦଣ୍ଡ ତ ଆଉ କେତେବେଳେ ଭୟାନକ ସଜ୍ଜା ।ଚର୍ଚ୍ଚା ଯେତକି ବିବାଦ ବି ସେତିକି । ତଥାପି ସେ ନିଜ ନିଷ୍ପତ୍ତିରେ ରହିଥାନ୍ତି ଅଟଳ । ଏବେ ପୁଣିଥରେ କାର୍ଯ୍ୟଶୈଳୀ ନେଇ ଚର୍ଚ୍ଚାରେ । ଏଥର କିନ୍ତୁ ତୟାରି ଯୁଦ୍ଧ ମୈଦାନ ପାଇଁ । ଯାହା ଶୁଣିବାକୁ ମିଳୁଛି ଆଣବିକ ଅସ୍ତ୍ର ଉତ୍ପାଦନ ଲାଗି ନିର୍ଦ୍ଦେଶ ଦେଇଛନ୍ତି କିମ୍ ଜୋଙ୍ଗ । ନିଜେ ଏନେଇ ସ୍ପଷ୍ଟ କରିଛି ଉତ୍ତର କୋରିଆ । ସେୟାର କରିଛି ଆଣବିକ କାରଖାନାର ଫାଷ୍ଟ ଲୁକ୍ ।
ଉତ୍ତର କୋରିଆର ମୁଖ୍ୟ ଆଣବିକ ଉତ୍ପାଦନ କେନ୍ଦ୍ର । ୟୋଙ୍ଗବିୟନରେ ଥିବା କେନ୍ଦ୍ରରେ ଉତ୍ପାଦନ ହୁଏ ବହୁ ପରିମାଣର ଅସ୍ତ୍ରଶସ୍ତ୍ର । ଯେଉଁଠି ହଠାତ୍ ପହଞ୍ଚିଥିଲେ କିମ ଜୋଙ୍ଗ । ଏହା ବ୍ୟତୀତ ଆଣବିକ ଅସ୍ତ୍ର ପ୍ରତିଷ୍ଠାନ ବି ପରିଦର୍ଶନ କରିଥିଲେ। ଯେଉଁଠାରେ ସେ ଅସ୍ତ୍ରଶସ୍ତ୍ର ଗ୍ରେଡ୍ ପରମାଣୁ ସାମଗ୍ରୀ ତିଆରି ଦେଇଛନ୍ତି ନିର୍ଦ୍ଦେଶ । ଯେଉଁଠି ବୁଲିଥିଲେ କିମ୍ ଜୋଙ୍ଗ, ଯାହାକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଦ୍ୱାରା କରାଯାଇଛି ନିଷେଧ । ଫଟୋରେ ଥିବା ମେସିନ୍ ସବୁ ପରମାଣୁ ବୋମା ପାଇଁ ୟୁରାନିୟମ୍ ଉପଯୁକ୍ତ କରିଥାଏ । କିମ ଜୋଙ୍ଗ କେବେ ସେଠାକୁ ଯାଇଥିଲେ ତାହା ଜଣାପଡିନି ।

ସେପଟେ କିମ୍‌ଙ୍କ ଗସ୍ତକୁ ନେଇ ମତ ବାଢିଛନ୍ତି ବିଶେଷଜ୍ଞ । କହିଛନ୍ତି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହ ଯୁଦ୍ଧ ପ୍ରସ୍ତୁତି ।କାରଣ କିମ୍ ସେଣ୍ଟ୍ରିଫୁଗ୍ ସାଇଟର କର୍ମଚାରୀ ଏବଂ ବୈଜ୍ଞାନିକମାନଙ୍କୁ ଯଥାସମ୍ଭବ ଅତ୍ୟାଧୁନି ଅସ୍ତ୍ର ତିଆରି କରିବାକୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଓ ଏହାର ସହଯୋଗୀ ଦେଶମାନଙ୍କ ସହ ଯୁଦ୍ଧ ବେଳେ ହେବ ସହାୟକ । ଯଦି ଧରକାର ପଡେ ଆମେ ଆଟାକ୍‌ କରିବାରେ ଫାଇଦା ହେବ ।

କିମ ଜୋଙ୍ଗ ଉନ କହିଛନ୍ତି ଯେ ଆମେରିକା ଏବଂ ଏହାର ସହଯୋଗୀ ଦେଶରୁ ଆମ ଦେଶ ପ୍ରତି ଆଣବିକ ଆକ୍ରମଣର ରହିଛି ବିପଦ । ଆମେରିକା ଓ ଏହାକୁ ସମର୍ଥନ କରୁଥିବା ଦେଶ ଲାଲ୍ ବର୍ଡର ଅତିକ୍ରମ କରିଛନ୍ତି।କେସିଏନ୍ ରିପୋର୍ଟ କହିଛି କିମ ଜୋଙ୍ଗ ଆତ୍ମରକ୍ଷା ପାଇଁ ଆଣବିକ ଅସ୍ତ୍ର ସଂଖ୍ୟାକୁ ଶୀଘ୍ର ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ଏହି ପ୍ରକାରରେ ନୂତନ ପ୍ରକାରର ସେଣ୍ଟ୍ରିଫୁଗ୍ ମଧ୍ୟ ସ୍ଥାପନ କରାଯାଇଛି ।

କିମ ଜୋଙ୍ଗ ଉନ୍ ଗୁରୁବାର ଜାପାନ ଉପକୂଳରୁ 600 ମିଲିମିଟର ଏକାଧିକ ଲଞ୍ଚ ରକେଟ୍ ସିଷ୍ଟମକୁ ସଫଳତାର ସହ ପରୀକ୍ଷା କରିଛନ୍ତି । ଏହି ରକେଟଗୁଡିକର ପରୀକ୍ଷଣ ସମୟରେ କିମ ଜୋଙ୍ଗ ଉନ୍ ନିଜେ ସେଠାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *