ଶିକ୍ଷା

ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ

Spread the love

ଆଜିଠୁ ଯୁକ୍ତ ଦୁଇରେ ନାମଲେଖା ଆବେଦନ ଆରମ୍ଭ ହେବ। ଆଜିଠୁ ଜୁନ୍ ୩୦ ତାରିଖ ଯାଏଁ ଚାଲିବ ଅନଲାଇନରେ ଆବେଦନ। ଛାତ୍ରଛାତ୍ରୀମାନେ ସାମ୍ ସ ପୋର୍ଟାଲରେ ଆବେଦନ କରି ପାରିବେ ଓ ନିଜ ମନପସନ୍ଦର କଲେଜକୁ ସିଲେକ୍ଟ କରି ପାରିବେ।ଜୁଲାଇ ୭ ତାରିଖରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ। ଏହା ପରେ ଜୁଲାଇ ୮ରୁ ୧୪ ଯାଏଁ ଆଡମିଶନ୍ ପ୍ରକ୍ରିୟା ଚାଲିବ। ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା।

ସୂଚନାଯୋଗ୍ୟ, ଗତ ମେ ୨ ତାରିଖ ଅପରାହ୍ନ ୪ଟାରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ପାସ୍ ହାର ୯୪.୯୩ ପ୍ରତିଶତ। ଗତଥର ପାସ୍ ହାର ୯୬.୦୭ ରହିଥିବା ବେଳେ ଏଥର ସାମାନ୍ୟ ହ୍ରାସ ଘଟିଛି। ଛାତ୍ରୀଙ୍କ ପାସ୍ ହାର ୯୬ ଏବଂ ଛାତ୍ରଙ୍କ ପାସ ହାର ରହିଛି ୯୪ ପ୍ରତିଶତ ରହିଛି।ଏଥର ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିଛନ୍ତି। A1 ଗ୍ରେଡରେ ୧ ହଜାର ୮୧୨ ଜଣ, A2ରେ ୧୨ ହଜାର ୨୦୦, B1 ୩୮ ହଜାର ୮୩୧ ଏବଂ B2ରେ ୮୪ ହଜାର ୯୭୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି।

Leave a Reply

Your email address will not be published. Required fields are marked *