ରାଜ୍ୟ

ଶିକାରୀ ଗୁଳିରେ ଇନଚାର୍ଜ ଫରେଷ୍ଟରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ ଘଟଣା, ୩୦ଲକ୍ଷ ଅନୁକମ୍ପା ରାଶି ପ୍ରଦାନ

Spread the love

ଶିକାରୀ ଗୁଳିରେ ଇନଚାର୍ଜ ଫରେଷ୍ଟରଙ୍କ ମୃତ୍ୟୁ ଘଟଣା । ଫରେଷ୍ଟରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଭାରପ୍ରାପ୍ତ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ହିନ୍ଦୋଳ ଥାନା ରାଜମୋହନପୁର ନିକଟରେ ପାଟ୍ରୋଲିଂ ବେଳେ ଶିକାରୀ ତାଙ୍କ ଉପରକୁ ହଠାତ ଗୁଳିମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।  ଏହି ଘଟଣାରେ ୪ ଶିକାରୀଙ୍କୁ ଗିରଫ ସହ ବନ୍ଧୁକ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *