ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣାରେ ଆକ୍ସନ, ୨ ରେଳ କର୍ମଚାରୀ ନିଲମ୍ବିତ
ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣାରେ ଆକ୍ସନ । ଘଟଣାରେ ୨ ରେଳ କର୍ମଚାରୀ ନିଲମ୍ବିତ । ନୀଳଗିରି ଷ୍ଟେସନ ମାଷ୍ଟର ସୋରଜ ସେଠୀଙ୍କ ସହ ଆଉ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଖଡଗପୁର ଡିଆରଏମ୍ ଏହି ୨ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଖବର ଅନୁଯାୟୀ, ମଙ୍ଗଳବାର ଦିନ ମେମୁ ଟ୍ରେନ ଭଦ୍ରକରୁ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ନୀଳଗିରି ଷ୍ଟେସନ ପରେ ଭୁଲ ଟ୍ରାକକୁ ଯାଇଥିଲା । ଆଉ ଲୋକୋ ପାଇଲଟ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନକୁ ହଠାତ୍ ବ୍ରେକ ମାରି ଅଟକାଇଦେଇଥିଲେ । ତାପରେ ଟ୍ରେନକୁ ପଛକୁ ଫେରିବା ପରେ ଠିକ୍ ଟ୍ରାକରେ ଯାଇଥିଲା । ଏଥିପାଇଁ ରାଜଧାନୀ ଏକ୍ସପ୍ରେସ ନୀଳଗିରି ଷ୍ଟେସନରେ ଏକ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ।
ଏବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ରେଳବାଇ । ନୀଳଗିରି ଷ୍ଟେସନ ମାଷ୍ଟର ସୋରଜ ସେଠୀଙ୍କ ସହ ଆଉ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଖଡଗପୁର ଡିଆରଏମ୍ ଏହି ୨ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।
