ରାଜ୍ୟ

କମ୍ପିବ ବିଧାନସଭା: ସବୁଠି ଚର୍ଚ୍ଚା,କ’ଣ ରହିବ ପ୍ରସଙ୍ଗ!

Spread the love

ତିନି ଦିନ ଛୁଟି ପରେ ଆଜିଠୁ ପୁଣି କମ୍ପିବ ବିଧାନସଭା। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଉପରୁ ହଟବି କି ନିଲମ୍ବନ, ତାହା ଉପରେ ରହିବ ନଜର। ଗୃହରେ ପୁଣି ହଙ୍ଗାମା କରିପାରେ ବିଜେଡି । କଂଗ୍ରେସ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରୁଛି ବିରୋଧୀ ଦଳ ବିଜେଡି । ଆଉ ଏହାକୁ ନେଇ ମଧ୍ୟ ଆଜି ହଙ୍ଗାମା କରିପାରେ ବିଜୁ ଜନତା ଦଳ ।ସେପଟେ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରକୁ ଘେରିବା ନେଇ ମଧ୍ୟ ରଣନୀତି କରିପାରେ ବିଜେଡି। ଗତ ଦୁଇ, ତିନ ଦିନ ଭିତରେ ସାରା ରାଜ୍ୟରେ ଦେଖା ଦେଇଥିବା ଅପରାଧିକ ଘଟଣା ଗୃହରେ ଉଠିବା ସମ୍ଭାବନା ରହିଛି । ସେହିପରି ନିଲମ୍ବିତ କଂଗ୍ରେସ ବିଧାୟକ ମଧ୍ୟ ଆଜି ପୁଣି ବିଧାନସଭା ପରିସରରେ ଧାରଣା ଦେଇପାରନ୍ତି । ତେବେ କଣ ରହିବ ଆଜିର କାର୍ଯ୍ୟକ୍ରମ ତାହା ଉପରେ ସାରା ରାଜ୍ୟର ନଜର ।

Leave a Reply

Your email address will not be published. Required fields are marked *