ଦେଶ ବିଦେଶ

ଚଳନ୍ତା ବସରେ ଡ୍ରାଇଭରଙ୍କୁ ଆସିଲା ହୃଦଘାତ

Spread the love

ଆଜିକାଲି ଅଧିକାଂଶ ଲୋକ ହୃଦଘାତର ଶିକାର ହେଉଛନ୍ତି । କେତେବେଳେ ଜିମରେ ତ, ଆଉ କିଏ ଡ୍ୟାନ୍ସ କରୁଥିବା ବେଳେ । ଆଉ କେତେବେଳେ ଗାଡି ଚଲାଉଥିବା ବେଳେ । ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି ।ବେଙ୍ଗାଲୁରୁ ନେଲ୍ ମଙ୍ଗଳାଠାରୁ ଦଶନାପୁରା ଅଭିମୁଖେ ଯାଉଥିଲା BMTC ବସ୍ । ସକାଳ ୧୧ଟା ସମୟରେ ଡ୍ରାଇଭର ୪୦ ବର୍ଷୀୟ କିରଣଙ୍କର ଗାଡ଼ି ଚଲାଉଥିବା ସମୟରେ ହଠାତ୍ ହୃଦଘାତ ହୋଇଥିଲା । ଆଉ ବସ୍ ଚଲାଉଥିବା ସମୟର ହଠାତ୍ ସେ ନିଜ ସିଟ୍ରୁ ଗଡି ପଡ଼ିଥିଲେ । ଡ୍ରାଇଭରଙ୍କୁ ହୃଦଘାତ ପରେ ବସଟି ଆଉ ଏକ ବସ୍ ସହିତ ଧକ୍କା ହୋଇଥିଲା । ଏହା ଜାଣିବା ପରେ କଣ୍ଡକ୍ଟର ତୁରନ୍ତ ଯାଇ ବସ୍କୁ ବ୍ରେକ ମାରି ରୋକିଥିଲେ । ସୌଭାଗ୍ୟ ବଶତଃ କଣ୍ଡକ୍ଟର ଗାଡ଼ିକୁ ଆୟତକୁ ଆଣିଥିଲେ । ଯାହା ଫଳରେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ବସ୍ । ବସରେ ଥିବା ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯଇଥିଲା ।

Leave a Reply

Your email address will not be published. Required fields are marked *