ଦେଶ ବିଦେଶ

ନଡ଼ା ଜାଳିଲେ ୩୦ ହଜାର ଟଙ୍କା ଜରିମାନା

Spread the love

ପ୍ରତିବର୍ଷ ଶୀତ ଆରମ୍ଭ ହେବା ସହିତ ଦିଲ୍ଲୀରେ ପ୍ରଦୂଷଣ ସ୍ତର ମଧ୍ୟ ବଢ଼ିଯାଇଥାଏ । ଚଳିତ ବର୍ଷ ବି ଏମିତି କିଛି ଦେଖିବାକୁ ମିଳିଛି । ଦିଲ୍ଲୀରେ ଶୀତ ବୃଦ୍ଧି ଏବଂ ପବନର ଧିମା ଗତି ସାଙ୍ଗକୁ ବାୟୁ ପ୍ରଦୂଷଣ ଓ କୁହୁଡ଼ି ଛାଇଯାଇଛି ।ନୂଆ ନିଷ୍ପତ୍ତି ମୁତାବକ, ଯଦି ଚାଷୀ ନଡ଼ା ଜଳାଉଛନ୍ତି ଏବଂ ତାଙ୍କ ପାଖରେ ୨ ଏକରରୁ କମ୍ ଜମି ରହିଛି, ତା’ ହେଲେ ୫ ହଜାର ଟଙ୍କା ଜରିମାନା ଦେବେ । ୨ରୁ ୫ ଏକର ଥିବା ଚାଷୀଙ୍କ ପାଇଁ ୧୦ ହଜାର ଏବଂ ୫ ଏକରରୁ ଅଧିକ ଜମି ଥିବା ଚାଷୀଙ୍କ ପାଇଁ ୩୦ ହଜାର ଟଙ୍କା ଜରିମାନା ରାଶି ସ୍ଥିର କରାଯାଇଛି ।ଶୀତ ଋତୁରେ ସାଧାରଣତଃ ପଞ୍ଜାବ, ହରିୟାଣା ସମେତ ଦିଲ୍ଲୀ ଆଖାପାଖ ରାଜ୍ୟଗୁଡ଼ିକରେ ନଡ଼ା ଜାଳିବାର ଦୃଶ୍ୟ ଦେଖାଯାଇଥାଏ । ବର୍ତ୍ତମାନ ଲୋକେ ଯେପରି ନଡ଼ା ନ ଜାଳିବେ, ସେଥିପାଇଁ ଜରିମାନା ରାଶିକୁ ଦୁଇ ଗୁଣ କରାଯାଇଛି ।

Leave a Reply

Your email address will not be published. Required fields are marked *