ରାଶିଫଳ…
ମେଷ-ଅଶ୍ୱନୀ- ସ୍ୱାସ୍ଥ୍ୟକୁ ନେଇ ନାନା ପ୍ରକାର ସମସ୍ୟାର ସାମନା କରିବାକୁ ପଡିପାରେ । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ । କାର୍ୟ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ ।ଦ୍ୱିଜା-ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ସହିତ ଭାତୃ ସଂପର୍କରେ ଉନ୍ନତି ଘଟିବ । ନିଜ ବାଲ୍ୟ ବନ୍ଧୁଙ୍କୁ ବିବାହ ପ୍ରସ୍ତାବ ଦେଇପାରନ୍ତି । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ୟ୍ୟରେ ନିୟୋଜିତ ହୋଇପାରନ୍ତି ।କୃତିକା- ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ୟ୍ୟ କରିବେ ତାହା ଅପ୍ରିୟକର ହୋଇପାରେ । ପୈାତିକ ସମ୍ପତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତିୟ ବ୍ୟକ୍ତି ଲାଭବାନ୍ ହେବ ।
ପ୍ରତିକାର – ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ବୃଷ-କୃତିକା- ପରିବାରର ଖର୍ଚ୍ଚ ପରିମାଣ ଦ୍ୱିଗୁଣା ହୋଇପାରେ ।ଘରର ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ତ୍ରୀଙ୍କ ସହ ଆଲୋଚନା କରିବେ। ପୁରାତନ ରୋଗରୁ ଉପସମ ପାଇବେ ।ରୋହିଣୀ- ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ । ଅର୍ଥ ପ୍ରଲୋଭନ ମାଧ୍ୟମରେ କାମ ହାସଲ କରିବେ । ରାଜନୀତିରେ କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ ।ମୃଗଶିରା- ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ୟ୍ୟ ସାଧନ କରିବେ। ଶୁଣା ଖବରକୁ ବିଶ୍ୱାସ କରି ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ ।
ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ମିଥୁନ-ମୃଗଶିରା- ହଜମ ଜନୀତ ସମସ୍ୟା ସାମାନ୍ୟ ଦେଖା ଦେଇପାରେ । ପରୋକ୍ଷ ଶତୃତା ଲାଗିରହିବ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ଚାକିରୀ କ୍ଷେତ୍ରରେ ଭଲ ବେତନ ପାଇବେ ।ଆଦ୍ରା- ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ହେବାରେ ସମୟ ଲାଗିପାରେ । ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ । କୃଷି କ୍ଷେତ୍ରରେ ଫସଲ ହାନି ଘଟିପାରେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି ।ପୁନର୍ବସୁ- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ ।
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
କର୍କଟ-ପୁନର୍ବସୁ- ଧନର ଆଗମନ ହୋଇପାରେ । କୌଣସି ନୂତନ ବ୍ୟବସାୟ କରିବାକୁ ଚାହୁଁଥିଲେ ସେଥିରେ ବିଜୟ ହେବେ । ନୂତନ କର୍ମ ଅରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ । ପୁଷ୍ୟା- କର୍ମ କ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଦେଖାଦେଇପାରେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ପ୍ରତି ଅଧିକ ଧ୍ୟାନ ଦେବେ । ନିଜ ପାଇଁ ମୂଲ୍ୟବାନ୍ ବାଦ୍ୟଯନ୍ତ୍ର କିଣିପାରନ୍ତି ।ଅଶ୍ଲେଷା- କୌଣସି ନିକଟ ସମ୍ପର୍କୀୟଙ୍କ ସମ୍ପତ୍ତି କମ୍ ମୂଲ୍ୟରେ ପାଇପାରନ୍ତି । ପାରମ୍ପରିକ ପୋଷାକ ପ୍ରତି ଆଗ୍ରହ ପ୍ରକାଶ କରିବେ । ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨
ସିଂହ-ମଘା- ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କର ବେପରୁଆ ମନୋଭାବ ରହିବ । ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ସୁଖ, ସମୃଦ୍ଧି ବଢିବ , ମହିଳା ମାନେ ସମ୍ମାନୀୟ ହେବେ । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ ।ପୂ,ଫାଲଗୁନି- ନିଜ କର୍ମକୁ ନେଇ ସମାଜରେ ଜଣେ ଅଭିଜ୍ଞ ତଥା ସମ୍ମାନିତ ବ୍ୟକ୍ତି ହେବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ । ସଂପର୍କରେ ସଚ୍ଚୋଟତା ବଜାୟ ରଖିବାକୁ ଚେଷ୍ଟା କରିବେ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ ।ଉ,ଫାଲଗୁନି- ଛାତ୍ରଛାତ୍ରୀମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ । ରାଜନୀତିରେ ଚାପରେ ଗତିକରିବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି । ପରିବାର ସଦସ୍ୟଙ୍କ ପାରସ୍ପରିକ ସହମତି ସହିତ ଆପଣ ଏକ ଭଲ ଯାନ କିଣି ପାରିବେ ।
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ବାଇଗଣୀ
ଶୁଭ ସଂଖ୍ୟା :୧
କନ୍ୟା-ଉ,ଫଳଗୁନି- ପରିବାର ସହିତ ମିଶି ଅନେକ ସମୟ ଆନନ୍ଦରେ କଟାଇପାରନ୍ତି । ବ୍ୟବସାୟୀ ମାନେ କିଛି ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଗଣ୍ଠି ଜନିତ ସମସ୍ୟା ଗୁରୁତ୍ୱର ହୋଇପାରେ । ହସ୍ତା- ରାଜନୀତିରେ ପ୍ରତିଯୋଗିତା ଅଧିକ ସଂଘର୍ଷ ପୂର୍ଣ୍ଣ ହେବ । ବାଲ୍ୟ ବନ୍ଧୁଙ୍କ ସହିତ ଦେଖା ହୋଇ ଅଧିକ ଖୁସି ଅନୁଭବ କରିବେ । କର୍ମ କ୍ଷେତ୍ରରେ ସାମାନ୍ୟ ଉନ୍ନତି ରହିଛି । ଚିତ୍ରା- ଆଶଙ୍କା ଦୂର ହୋଇଯିବ ଓ ସାମାଜିକ ସମ୍ମାନ ଲାଭ କରିିବେ । ସଙ୍ଗଠନ କିମ୍ବା ନିର୍ମାଣ ଓ ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ଖୁସି ଅନୁଭବ କରିବେ ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
ତୁଳା-ଚିତ୍ରା- ପାରିବାରରେ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଭାଇଭଉଣୀମାନେ ଆପଣଙ୍କ ସହିତ ରହିବେ । ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି ।ସ୍ୱାତୀ- ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖି ବା ଜରୁରୀ ଅଟେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ ।ବିଶାଖା- ନିର୍ଭରଯୋଗ୍ୟ ସୁତ୍ରରୁ କିଛି ଅର୍ଥ ପାଇବେ, ଯାହା ଆପଣଙ୍କର ଆର୍ଥିକ ଅସୁବିଧାକୁ ଦୂର କରିପାରେ । ଜମିବାଡି ସମସ୍ୟାର ସି୍ଥତି ଆପଣଙ୍କ ସପକ୍ଷରେ ରହିବ । ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ ।
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ବିଛା-ବିଶାଖା- କଳ୍ପନା ବାହାରେ ଥିବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସି ରହିବେ । କରିଥିବା କର୍ମ ପାଇଁ ପୁରସ୍କୃତ ହୋଇପାରନ୍ତି । ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ । ଖାଦ୍ୟ ପ୍ରତି ସଜାଗ ରୁହନ୍ତୁ ।ଅନୁରାଧା- ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରେ ଲାଭ କରିବା ପାଇଁ ବିଦେଶ ଗ୍ରସ୍ତ କରିପାରନ୍ତି । ପୁରୁଣା ବନ୍ଧୁଙ୍କ ସହିତ ସମ୍ପର୍କ ଅଧିକ ଘନିଷ୍ଠ ହେବ । ନିଜର ମନ ପସନ୍ଦର ଖାଦ୍ୟ ଖାଇବେ । ଜ୍ୟେଷ୍ଠା- ମାଲିମୋକଦ୍ଦମା ସ୍ଥିତି ଅନୁକୂଳ ହୋଇପାରେ । କୌଣସି ବ୍ୟକ୍ତି ନିକଟରେ ବାକି ରହିଥିବା ଟଙ୍କା , ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟିହେବାର ସୂଚନା ରହିଛି । ମହିଳାଙ୍କ ପାରିବାରିକ ଟେନ୍ସନ କେତେକଶଂରେ କମିଯିବ ।
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ଧନୁ-ମୂଳା- ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ ।ପୂ,ଷାଢା- ସମ୍ପର୍କୀୟ ବନ୍ଧୁଙ୍କ ସାହାର୍ୟ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ପରିବାରରେ ନୂତନ ସଦର୍ଶଙ୍କର ଆଗମନ ହୋଇପାରେ ।ଉ,ଷାଢା- କିଛି ନୂତନ ଗୃହ, ଉପଯୋଗି ଭୂମି କ୍ରୟ କରିପାରନ୍ତି । ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ପିଲାମାନେ ତାଙ୍କ କ୍ୟାରିୟର ପାଇଁ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି ।
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ ।
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩
ମକର-ଉ,ଷାଢା- ଗୃହରେ ମାଙ୍ଗଳିକ ଶୁଭକାର୍ଯ୍ୟ ରେ ଯୋଗଦେବେ । କର୍ମ କ୍ଷେତ୍ରରେ ସହଭାଗୀ ମାନଙ୍କ ସହ ଖୁସିରେ କାମ କରିବେ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ପାଇବେ।ଶ୍ରବଣା- କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ୟ୍ୟାଦା ବୃଦ୍ଧି ପାଇବାରେ ପ୍ରତିବନ୍ଧକ ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହୋଇପାରିବେ । ଅନ୍ୟମାନଙ୍କୁ ସାମୟିକ ସହଯୋଗ ଦେଇ ପରୋକ୍ଷରେ ପ୍ରଶଂସିତ ହେବେ। \ଧନିଷ୍ଠା- ଅଫିସ୍ରେ ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜର ଘର ଲୋକ ମାନଙ୍କୁ କୈଫିୟତ୍ ଦେବାକୁ ପଡିବାର ଆଶଙ୍କା ରହିଛି । ସନ୍ତାନଙ୍କ କୃତୀ ଓ କୃତିତ୍ୱରେ ଖୁସୀ ହୋଇପାରନ୍ତି।
ପ୍ରତିକାର – ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
କୁମ୍ଭ-ଧନିଷ୍ଠା- ଜୀବାଣୁ ଜନିତ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ । ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ ।ଶତଭିଷା- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ଶିକ୍ଷାକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ ।ପୂ,ଭାଦ୍ରପଦ- ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ସାହାର୍ୟ୍ୟ କାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ପ୍ରତି ଉତ୍ସାର୍ଗୀକୃତ ହୋଇ ଏକାଗ୍ରତ ସହିତ ସବୁକିଛି କରିବେ ।
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
ମୀନ-ପୂ,ଭାଦ୍ରପଦ- ଘରେ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ କରିପାରନ୍ତି । କରିଥିବା ଉଚ୍ଚ ଆଶା ପୂରଣ ନ ହୋଇ ପାରେ । ଧର୍ମ ମାର୍ଗରେ ଯିବା ପାଇଁ ମନ ବଳାଇ ପାରନ୍ତି । ଉ,ଭାଦ୍ରପଦ-ସାମାଜିକ ସ୍ତରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ସତ୍ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ; କିନ୍ତୁ ହୁଏତ ଆପଣ ତାହାକୁ ଅସ୍ବୀକାର କରି ଦେଇପାରନ୍ତି। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।ରେବତୀ- ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। କ୍ୟାରିୟରରେ ସଠିକ୍ ଦିଗରେ ଯିବା ପାଈଁ ଚେଷ୍ଟା କରିବେ ।
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ ।
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩

