ଦେଶ ବିଦେଶ

ମୁସଲମାନ ମହିଳାଙ୍କ ସହ ରାକ୍ଷୀପୂର୍ଣ୍ଣିମା ପାଳନ କର, ଏନଡିଏ ସାଂସଦଙ୍କୁ ମୋଦିଙ୍କ ପରାମର୍ଶ

Spread the love

ରାକ୍ଷୀପୂର୍ଣ୍ଣିମା ଅବସରରେ ମୁସଲମାନ ମହିଳାଙ୍କ ନିକଟରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ଡିଏ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ସୋମବାର ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡର ଏନ୍‌ଡିଏ ସାଂସଦଙ୍କ ସହ କରିଥିବା ବୈଠକରେ ଏହା କହିଛନ୍ତି । ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହ ଜଡ଼ିତ ହେବା ପାଇଁ ବୈଠକରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୋଦି ତିନି ତଲାକ ଶେଷ କରିବା ନିଷ୍ପତ୍ତି ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଟ୍ରିପଲ ତଲାକ ଶେଷ ହେବା ପରେ ମୁସଲମାନ ମହିଳାଙ୍କୁ ବେଶ୍‌ ଆଶ୍ୱସ୍ତି ମିଳିଥିବା ସେ କହିଥିଲେ । ୨୦୧୯ରେ ସଂସଦରେ ତିନି ତଲାକ ହଟାଇବା ପାଇଁ ବିଲ୍‌ ପାରିତ ହୋଇଥିଲା । ଏହା ପରେ ତିନି ତଲାକ ଅପରାଧୀକରଣ ହୋଇଛି । ଏପରି କରୁଥିବା ବ୍ୟକ୍ତିଙ୍କୁ ଜେଲ ଦଣ୍ଡାଦେଶର ପ୍ରାବଧାନ ରହିଛି ।

Leave a Reply

Your email address will not be published. Required fields are marked *