Uncategorizedଦେଶ ବିଦେଶ

ପୁଣିଥରେ ଟ୍ରେନ ଦୁର୍ଘଟଣା ପାଇଁ ଷଡଯନ୍ତ୍ର

Spread the love

ବିର୍ଲାନଗର ଷ୍ଟେସନ ନିକଟ ରେଳ ଟ୍ରାକରୁ ଏକ ଲୁହା ରଡ ଉଦ୍ଧାର କରାଯାଇଥିଲା। ତେବେ ଏହି ସମୟରେ ଟ୍ରାକରେ ଏକ ମାଲଗାଡ଼ି ଆସୁଥିଲା। ସତର୍କତା ସହ ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭର ଟ୍ରେନକୁ ଅଟକାଇ ଦେଇଥିଲେ।ଘଟଣା ସମ୍ପର୍କରେ ଜାଣିବା ପରେ ରେଳ ସୁରକ୍ଷା ବଳ ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଥିଲେ।

ସେହିପରି ଉତ୍ତରପ୍ରଦେଶର ରାଏବରେଲିରେ ଏକ ମାଲବାହି ଟ୍ରେନ୍‌ ସିମେଣ୍ଟ ସ୍ଲିପର୍‌ ସହ ଧକ୍କା ହୋଇଛି। ରାଏବରେଲିର ଲକ୍ଷ୍ମଣପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା ବେଳେ ଟ୍ରେନଟି ପ୍ରାୟ ୧୫ ମିନିଟ୍ ପାଇଁ ଅଟକି ରହିଥିଲା ବୋଲି ଜଣାପଡିଛି। ତେବେ ଚାଷ ଜମିରେ ରଖାଯାଇଥିବା ସିମେଣ୍ଟ ସ୍ଲିପରକୁ କେହି ଟାଣିଆଣି ଟ୍ରାକ୍‌ରେ ଜାଣିଶୁଣି ରଖିଛନ୍ତି ବୋଲି ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *