ମୁହଁରେ କପଡା ବାନ୍ଧି ଦୋକାନରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍
ଆନନ୍ଦପୁର ଥାନା ଫକୀରପୁର ଛକରେ ଥିବା ଏକ କୃଷିଜାତ ସାମଗ୍ରିକ ଦୋକାନରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଏହି ମୁଖା ପିନ୍ଧା ଦୁର୍ବୁତ୍ତ ଏଭଳି ଲୁଟ୍ କରିଛି । ଦୋକାନ ଭିତରେ ବ୍ୟବସାୟୀ ନଗଦ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରଖି ଘରକୁ ଆସିଥିଲେ । ତେବେ ଘରୁ ଫେରି ଦୋକାନର ସଟର ଖୋଲି ଦେଖିଲା ବେଳକୁ ସେ ରଖିଥିବା ସ୍ଥାନରେ ଟଙ୍କା ନାହିଁ । ଯାହାପରେ ତାଙ୍କ ଦୋକାନରୁ ଲୁଟ୍ ହୋଇଥିବା ସେ ଜାଣିବାକୁ ପାଇଥିଲେ ।ତେବେ ସମ୍ପୂର୍ଣ୍ଣ ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କେମିତି ଚୋର ଜଣକ ମୁହଁରେ କପଡା ବାନ୍ଧି ଦୋକାନରେ ଭିତରେ ପଶି ସବୁ ଏକାଠି କରି ପକେଟ ଭିତରେ ପୁରାଇ ଦେଉଛି ।ଏସବୁ ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି ।ତେବେ ଘଟଣାକୁ ନେଇ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
