odisha

ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ ଏବଂ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ମିଳିତ ସହଯୋଗରେ ମହିଳାମାନେ କିପରି ସ୍ତନ୍ୟ କର୍କଟ ରୁ ନିଜକୁ ସୁରକ୍ଷିତ ରଖିପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା

Spread the love

ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ ପକ୍ଷରୁ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା |ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ସୂର୍ଯ୍ୟକ୍ଷେତ୍ର ଫାଉଂଡେସନର ଚେୟାରମ୍ୟାନ ଡ଼ ବିପିନ ବିହାରୀ ମିଶ୍ର ଯୋଗ ଦେଇଥିଲେ ଏବଂ ସେଠାରେ କହିଥିଲେ କି କିପରି ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢିଲେଣି , ଚାଷ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡା ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି , ତେବେ ସେମାନେ କିପରି ଆହୁରି ଆଗକୁ ବଢ଼ିପାରିବେ ସେ ନେଇ ଏହି ଆୟୋଜନ କରାଯାଇଛି ବୋଲି ସେ କହିଥିଲେ |ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଚାରିଶହ ପଚାଶ ଜଣ ମହିଳା ଯୋଗ ଦେଇଥିଲେ ଏବଂ ସେମାନେ କିପରି ସ୍ତନ୍ୟ କର୍କଟ ରୋଗ ରୁ ନିଜକୁ ସୁରକ୍ଷିତ ରଖିପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା |ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ ପକ୍ଷରୁ ସମସ୍ତଙ୍କୁ ଷାଠିପିକେଟ ବଣ୍ଟନ କରାଯାଇଥିଲା |ଅନ୍ୟମାନଙ୍କ ମଧ୍ୟରେ ହାଇଟେକ ଗ୍ରୁଅପର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ , ପ୍ରିନସିପାଲ ପ୍ରଫେସର ଡ଼ ପୂର୍ଣ୍ଣଚନ୍ଦ୍ର ଦାସ , ସ୍ୱତନ୍ତ୍ର ଅତିଥି ଭାବେ ବ୍ରହ୍ମ କୁମାରୀ ଅପର୍ଣ୍ଣା ଦିଦି , ତପସ୍ୱିନୀ ଦିଦି ,କ୍ୟାପଟେନ ସେଲବୀ ମିଶ୍ର ଉପସ୍ଥିତ ଥିଲେ |ସୂର୍ଯ୍ୟକ୍ଷେତ୍ର ଫାଉଂଡେସନର ରବିନ୍ଦ୍ରନାଥ ରାଉତରାୟ , ସଞ୍ଜୟ କର , ପ୍ରିୟଦର୍ଶନ ମହାପାତ୍ର ,ରାଜସ୍ମିତା ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *