ରାଜ୍ୟ

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌

Spread the love

ବସ୍‌ଟି ରବିବାର ପୋୖଡ଼ିରୁ ଦେହଲଚୌରି ଅଭିମୁଖେ ଯାତ୍ରା କରୁଥିଲା । ଅପରାହ୍ନ ପ୍ରାୟ ୪ ଟା ସମୟରେ ସତ୍ୟଖାଲ ନିକଟରେ, ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ୱ ୧୦୦ ମିଟର ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ବସ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ବସ୍‌ରେ ଯାତ୍ରୀମାନଙ୍କ ଚିତ୍କାର ଶୁଣିବା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା ।ଘଟଣା ସମ୍ପର୍କରେ ଖବର ପାଇବାପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରିଥିଲେ ।  ଆହତମାନଙ୍କୁ ପ୍ରାଥମିକ ଚିକତ୍ସା ପାଇଁ ଶ୍ରୀନଗର ବେସ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଗୁରୁତର ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଦୁର୍ଘଟଣାରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ଚିକତ୍ସାଧିନ ଅବସ୍ଥାରେ ଜୀବନ ଯାଇଛି । ସ

Leave a Reply

Your email address will not be published. Required fields are marked *