ରାଜ୍ୟ

ଭବାନୀପାଟଣା ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

Spread the love

ଆଜି ଭବାନୀପାଟଣା ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏଠାରେ ହେବାକୁ ଥିବା ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ମହାଜନସମ୍ପର୍କ ଅଭିଯାନରେ ଯୋଗଦେବେ ଜେ.ପି. ନଡ୍ଡା ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବେ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ .ପି. ନଡ୍ଡା । ଗୁରୁବାର ଝାରସୁଗୁଡା ବିମାନ ବନ୍ଦରରେ ପହଁଚିବା ପରେ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଝାରସୁଗୁଡ଼ା ବିଜେପିର ନୂଆ କାର୍ଯ୍ୟାଳୟ ଉଦଘାଟନ କରିଥିଲେ ନଡ୍ଡା । ଏହାସହ ବରଗଡ଼ ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତୃ ମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ ଜେ.ପି. ନଡ୍ଡା । ସଂଗଠନ ମଜଭୁତ, ମିଶ୍ରଣ ପର୍ବ, ସମନ୍ବୟ ରକ୍ଷା ପରି ୧୦ ଟି ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *