ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଭିନେତାଙ୍କ ଜୀବନ
ଶୁକ୍ରବାର ଅପରାହ୍ନରେ ମୁମ୍ବାଇର ଜୋଗେଶ୍ୱରୀ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଟିଭି ଅଭିନେତା ଅମନ ଜୟସୱାଲ (୨୩)ଙ୍କ ମୃତ୍ୟୁ ହୋଇଛି। ଏକ ଟ୍ରକ ତାଙ୍କ ମୋଟରସାଇକେଲକୁ ଧକ୍କା ଦେବାରୁ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ସେ ଟିଭି ଧାରାବାହିକ “ଧରତୀପୁତ୍ର ନନ୍ଦିନୀ”ରେ ମୁଖ୍ୟ ଭୂମିକା ନିଭାଇ ବେଶ୍ ଜଣାଶୁଣା ପାଲଟି ଥିଲେ। ଆମ୍ବୋଲି ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣା ପରେ ଜୟସୱାଲଙ୍କୁ କାମା ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

