ଜାଲିକାଟୁ ମହୋତ୍ସବରେ ୭ ଜଣଙ୍କର ମୃତ୍ୟୁ
ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ପୋଙ୍ଗଲ ଅବସରରେ ଆୟୋଜିତ ଜାଲିକାଟୁ ମହୋତ୍ସବରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଭିଡ଼ ଭିତରେ ଷଣ୍ଢ ଦୌଡ଼ିବାର ଏହି ଖେଳରେ ଗୋଟିଏ ଦିନରେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତାମିଲନାଡୁ ପୁଲିସ ଶୁକ୍ରବାର କହିଛି ଯେ ଗୁରୁବାର କାନୁମ୍ ପୋଙ୍ଗଲ ଦିନ ଥିଲା। ଏହି ଦିନ ଜାଲିକାଟୁ ସବୁଠାରୁ ଅଧିକ ଖେଳାଯାଏ। ଏହି ୭ ଜଣଙ୍କ ବ୍ୟତୀତ ପୁଡୁକୋଟ୍ଟାଇ ଓ ଶିବଗଙ୍ଗାରେ ମଧ୍ୟ ଦୁଇଟି ଷଣ୍ଢର ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ଅଧିକାଂଶ ଲୋକ ଖେଳରେ ଅଂଶଗ୍ରହଣ କରି ନ ଥିଲେ, ବରଂ ଷଣ୍ଢ ମାଲିକ ଓ ଦର୍ଶକ ଥିଲେ। ଶିବଗଙ୍ଗା ଜିଲ୍ଲାର ସିରବାୟଲ ମଞ୍ଜୁବିରଟ୍ଟୁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ଏହି ଖେଳରେ ଭାଗ ନେଇଥିଲେ। ସେହିପରି ମଦୁରାଇର ଅଲଙ୍ଗନଲ୍ଲୁରରେ ଖେଳ ଦେଖିବାକୁ ଆସିଥିବା ଜଣେ ଦର୍ଶକ ଷଣ୍ଢ ଆକ୍ରମଣରେ ଆହତ ହୋଇଥିଲେ। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବିଭିନ୍ନ ଜିଲ୍ଲାରେ ଜାଲିକାଟୁ ଯୋଗୁଁ ଅନ୍ୟ ୫ ଜଣଙ୍କ ମୃତ୍ୟୁ ଘଟିଛି।

