ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ
ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୬ ଜଣ ନିଖୋଜ ଅଛନ୍ତି ଏବଂ ୯୬ ଜଣ ଭାରତ ଫେରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର କହିଛି। ମୃତ ଭାରତୀୟମାନେ ରୁଷ୍ ପକ୍ଷରୁ ଲଢ଼େଇ କରୁଥିଲେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରୁଷୀୟ ସେନାରେ ୧୨୬ ଜଣ ଭାରତୀୟ କାର୍ଯ୍ୟରତ ଥିବା ଖବର ମିଳିଛି। ଏହି ୧୨୬ ଜଣଙ୍କ ମଧ୍ୟରୁ ୯୬ ଜଣ ଭାରତ ଫେରିଛନ୍ତି ଏବଂ ରୁଷୀୟ ସଶସ୍ତ୍ର ବାହିନୀରୁ ଡିସଚାର୍ଜ ହୋଇଛନ୍ତି। ଏହାପରେ ରୁଷ୍ ସେନାରେ ୧୮ ଜଣ ଭାରତୀୟ ନାଗରିକ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୬ ଜଣ କେଉଁଠି ଅଛନ୍ତି ତାହା ଜଣାପଡ଼ିନାହିଁ।

