ପାଣିପାଗଦେଶ ବିଦେଶରାଜ୍ୟ

ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି, ଟାପୁରେ ଫସିଥିବା ୧୧ ଜଣଙ୍କୁ ଉଦ୍ଧାର କରାଗଲା

Spread the love

ରାଜସ୍ଥାନ : ରାଜସ୍ଥାନ ଟୋଙ୍କ ଜିଲ୍ଲାରେ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରାଜ୍ୟରେ ଲଗାତାର ପ୍ରବଳ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି ଏଠାରେ ଦୁଇ ପରିବାରର ୧୧ ଜଣଙ୍କ ପାଣିରେ ଭାସିଯାଉଥିବା ବେଳେ ଉଦ୍ଧାର କରିଛି ଏସଡିଆରଏଫ । ଏମାନଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଛୋଟ ପିଲା ରହିଛି । ନଦୀରେ ହଠାତ୍ ଜଳସ୍ତର ବଢିବା ଯୋଗୁଁ ଏମାନେ ସମସ୍ତେ ଟାପୁରେ ଫସିରହିଥିଲେ ।

ଖବର ମୁତାବକ, ଟୋଙ୍କ ଜିଲ୍ଲାରେ ଏକ ଗାଁ ନଦୀରେ ହଠାତ୍ ଜଳସ୍ତର ବଢିବା ଯୋଗୁଁ ଦୁଇ ପରିବାରର ୧୧ ଜଣ ଲୋକ ଟାପୁରେ ଫସିଯାଇଥିଲେ । ଏମାନଙ୍କୁ ଉଦ୍ଧାର ପାଇଁ ପୋଲିସ ଏବଂ ଏସଡିଆରଏଫ ଟିମକୁ ଖବର ଦିଆଯାଇଥିଲା । ତୁରନ୍ତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିଥିଲା । ଏମାନଙ୍କ ମଧ୍ୟରେ ପୁରୁଷ, ମହିଳାଙ୍କ ସମେତ ଛୋଟ ପିଲାମାନେ ମଧ୍ୟ ରହିଥିଲେ । ଟୋଙ୍କ, ସବାଇ ମାଧେପୁର, ବାରାଂ ଏବଂ ଅନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଟୋଙ୍କ ଜିଲ୍ଲାର ବିସଲପୁର ଡ୍ୟାମର ୩ଟି ଗେଟ୍ ଖୋଲିଦିଆଯାଇଛି । ଏହାସହିତ ଅନ୍ୟ ସବୁ ନଦୀର ଜଳସ୍ତର ବଢିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଜରୁରୀ ଟିମକୁ ନିୟୋଜିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଟାରେ ଏସଡିଆରଏଫର ୩ଟି ଟିମ, ଏନଡିଆରଏଫର ୧ଟିମ ଏବଂ ନାଗରିକ ସୁରକ୍ଷାର ୧୧ ଜଣ ଲୋକ ନିୟୋଜିତ ରହିଛନ୍ତି ।ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍ ଦିନରାତି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ପାଣିପାଗ ବିଭାଗ ବର୍ଷା ପାଇଁ ଆଲର୍ଟ ମଧ୍ୟ ଜାରି କରିଛି । ନଦୀରେ ଜଳସ୍ତର ବୃଦ୍ଧି ଏବଂ ବର୍ଷା ହୋଉଥିବାରୁ ଜୟସେଲମୈର, ବାରମେର ଏବଂ ବିକାନେର ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ତରଫରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ୧୮ ଜିଲ୍ଲାରେ ଆଜି ସ୍କୁଲ୍ ଏବଂ କଲେଜକୁ ବନ୍ଦ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *