ମହାମଣ୍ଡଳେଶ୍ବର କଲ୍ୟାଣୀ ନନ୍ଦ ଗିରିଙ୍କ ଉପରେ ଛୁରାମାଡ
ମହାକୁମ୍ଭରେ ପ୍ରଥମ ଦଳାଚକଟା, ପରେ ଅଗ୍ନିକାଣ୍ଠ ଆଉ ଏବେ ଆସିଛି ଆକ୍ରମଣର ଖବର । କିନ୍ନର ଆଖାଡାର ମହାମଣ୍ଡଳେଶ୍ବର ସଦସ୍ୟମାନେ ଶିବିରକୁ ଫେରିବା ସମୟରେ ୬ରୁ ଅଧିକ ଯୁବକ ଆର୍ଶୀବାଦ ନେବାକୁ ପହଁଚିଥଲେ । ବାହାନା କରି କଲ୍ୟାଣୀ ନନ୍ଦଙ୍କ ନିକଟକୁ ଆସି ପ୍ରଥମେ ବଚାସା ଓ ପରେ ଛୁରାମାଡ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।ସମସ୍ତଙ୍କୁ ପ୍ରୟାଗରାଜ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଆକ୍ରମଣର କାରଣ ସ୍ପଷ୍ଟ ହୋଇନି, ଘଟଣାସ୍ଥଳରେ ପହଁଚି ପୁଲିସ ତନାଘନା କରୁଛି ।

