ରାଜ୍ୟ

ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟିର କିରାଣି, ୧୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

Spread the love

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କିରାଣି । ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଅଭିଯୋଗ ଅନୁଯାୟୀ, ଏମ ଡି ଜାଭେଦଙ୍କ ବାପାଙ୍କ ନାଁରେ ବାରିପଦା ସହର ଟ୍ରାଫିକ ଛକ ନିକଟରେ ନାଁରେ ଦୁଇଟି ଦୋକାନ ରହିଛି । ଏହି ଦୁଇଟି ଦୋକାନର ମାଲିକାନା ଦୁଇ ଭାଇଙ୍କ ନାଁକୁ ଟ୍ରାନ୍ସଫର କରିବାକୁ ବାରିପଦା ପୌରପରିଷଦରେ ଆବେଦନ କରିଥିଲେ ।

ତେବେ କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେଲେ ଦୁଇ ଭାଇଙ୍କ ନାଁକୁ ଦୋକାନର ମାଲିକାନା ଟ୍ରାନ୍ସଫର କରିବେ ବୋଲି କହିଥିଲେ । ଅଭିଯୋଗକାରୀ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ପୌର ପରିଷଦ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଥିଲେ । କିରାଣି ଗୋପାଳ ପ୍ରଧାନଙ୍କ ଅଫିସ ଓ ବାସଭବନରେ ଚଢ଼ାଉ କରାଯାଇଛି ।

Leave a Reply

Your email address will not be published. Required fields are marked *