ଦେଶ ବିଦେଶ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ‘ହ୍ୱାଇଟ୍ ହାଉସ’ରେ ପାଳିଲେ ଦୀପାବଳି

Spread the love

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ୍ ହାଉସରେ ବାର୍ଷିକ ଦୀପାବଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ସମାରୋହରେ ଦେଶର ସାଂସଦ, ଅଧିକାରୀ ଏବଂ କର୍ପୋରେଟ୍ ଜଗତର ୬୦୦ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ ଆମେରିକୀୟ ସାମିଲ ହୋଇଥିଲେ ।ବାଇଡେନ୍ ହ୍ୱାଇଟ୍ ହାଉସର ‘ଇଷ୍ଟ ରୁମ୍’ରେ କହିଥିଲେ, ‘ରାଷ୍ଟ୍ରପତି ରୂପେ ମୋତେ ହ୍ୱାଇଟ୍ ହାଉସରେ ସର୍ବବୃହତ ଦୀପାବଳି ସମାରୋହ ଆୟୋଜନ କରିବାର ସୌଭାଗ୍ୟ ମିଳିଛି । ମୋ ପାଇଁ ଏହାର ବହୁତ ମହତ୍ତ୍ୱ ରହିଛି’ ।ବାଇଡେନଙ୍କ ଭାଷଣ ପୂର୍ବରୁ ବିବେକ ଏଚ୍. ମୂର୍ତ୍ତି, ନାସାର ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ଏବଂ ଇଣ୍ଡିଆନ-ଆମେରିକାନ ୟୁଥ୍ ଆକ୍ଟିଭିଷ୍ଟ ଶ୍ରୁତି ଅମୁଲା ମଧ୍ୟ ସମାରୋହକୁ ସମ୍ବୋଧିତ କରିଥିଲେ ।

ଏହି ସମୟରେ ସୁନୀତା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ରେକର୍ଡ କରାଯାଇଥିବା ଭିଡିଓ ବାର୍ତ୍ତା ପଠାଇଥିଲେ । ହ୍ୱାଇଟ୍ ହାଉସର ବ୍ଲୁ ରୁମରେ ଚିରାଚରିତ ଭାବରେ ଦୀପ ଜଳାଇ ବାଇଡେନ୍ କହିଥିଲେ ଯେ ଦକ୍ଷିଣ ଏସୀୟ ଆମେରିକୀୟ ସମ୍ପ୍ରଦାୟ ଆମେରିକା ଜୀବନର ପ୍ରତ୍ୟେକ ଭାଗକୁ ସମୃଦ୍ଧ କରିଛନ୍ତି ।

Leave a Reply

Your email address will not be published. Required fields are marked *